Breaking PLUSଆଇନ କାନୁନଦେଶଦେଶ ବିଦେଶ
Trending

ଏଥର କଏଦୀଙ୍କ ଦେହରେ ଲାଗିବ GPS

ବର୍ତ୍ତମାନ ଜେଲରୁ ଖସି ପଳାଉଥିବା କଏଦୀଙ୍କୁ ନଜର ରଖିବା ସହଜ ହେବ। ଆଉ ସହଜରେ ଖସିକି ଯାଇ ପାରିବେ ନାହିଁ। କାରଣ ଖୁବଶୀଘ୍ର କଏଦୀମାନଙ୍କ ଉପରେ ନଜର ରଖିବା ପାଇଁ ଆସିପାରେ ହାଇଟେକ୍ ଟେକନୋଲୋଜି । ଏଣିକି କଏଦୀଙ୍କ ଦେହରେ ଜିପିଏସ ସିଷ୍ଟମ ଲାଗୁ କରିବା ପାଇଁ ଜେଲ୍ ର କର୍ତ୍ତୃପକ୍ଷ ବିଭାଗ ଚିନ୍ତା କରୁଛି । ତେବେ ଏହାଦ୍ୱାରା ଜେଲରେ କଏଦୀମାନଙ୍କ ବୋଝ ମଧ୍ୟ କମ୍ ହୋଇପାରିବ । ଏହାଦ୍ୱାରା ଜେଲର ଚାରିକାନ୍ଥ ଭିତରେ ଲୁଚି ରହିପାରିବେନି କଏଦୀ । କଏଦୀଙ୍କୁ ନେଇ ଏଭଳି କିଛି ନୂଆ ପ୍ରସ୍ତାବ ଦେଇଛି ଜେଲ୍ ବିଭାଗ ।

ତେବେ ସାଧାରଣ ଅପରାଧରେ ସମ୍ପୃକ୍ତ କଏଦୀଙ୍କଠାରେ ଏହି ଜିପିଏସ ସିଷ୍ଟମ ଲାଗୁ କରାଯିବ । ବିଶେଷ କରି ୭ ବର୍ଷରୁ କମ୍ ସଜା ହେବାକୁ ଥିବା କଏଦୀମାନଙ୍କ ଦେହରେ ଲାଗିବ ଏହି ଜିପିଏସ ଟ୍ରାକର୍ । ଏହାପରେ ସେମାନଙ୍କୁ ଜେଲର ଚାରିକାନ୍ଥ ଭିତରେ ରଖିବାକୁ ପଡ଼ିବ ନାହିଁ । ସୁଚନା ଅନୁସାରେ ଜିପିଏସ ଲଗାଯିବା ପରେ ଏହି ଅପରାଧୀମାନଙ୍କୁ ଘରକୁ ଛାଡ଼ି ଦେବା ପାଇଁ ପ୍ରସ୍ତାବ ଦେଇଛି ଜେଲ୍ ବିଭାଗ ।
ଜେଲ୍ ବିଭାଗ ତରଫରୁ ଦିଆଯାଇଥିବା ପ୍ରସ୍ତାବ ଅନୁସାରେ, କଏଦୀମାନଙ୍କ ଆଣ୍ଠୁରେ ଜିପିଏସ ଲଗାଇ ସେମାନଙ୍କୁ ଘରକୁ ଛାଡ଼ି ଦିଆଯିବ । ତେବେ ସେମାନଙ୍କ ଆଣ୍ଠୁରେ ଲାଗିଥିବା ଏହି ଜିପିଏସ ଟ୍ରାକର୍ ଦ୍ୱାରା କଏଦୀଙ୍କ ଅବସ୍ଥିତି ସମ୍ପର୍କରେ ସବିଶେଷ ତଥ୍ୟ ପାଇପାରିବ ପୋଲିସ୍ । ଆଉ ଏହି ତଥ୍ୟ ଜେଲର କର୍ତ୍ତୃପକ୍ଷଙ୍କ ନିକଟରେ ରହିବ ଏବଂ ପ୍ରତି ମୁହୂର୍ତ୍ତରେ ସେ ଅପଡେଟ ପାଇ ପାରିବେ । ଏହାବ୍ୟତୀତ ଅପରାଧୀ ଯଦି ଜିପିଏସ କାଢିବା ପାଇଁ ଚେଷ୍ଟା ବି କରନ୍ତି, ତେବେ ସ୍ଥାନୀୟ ଥାନାକୁ ଏହାର ଆଲର୍ଟ ଯିବ ଏବଂ କଏଦୀଙ୍କୁ ଧରିବାରେ ପୋଲିସ ସଫଳ ହୋଇପାରିବ ।

Show More

Related Articles

Back to top button