Breaking PLUSଖେଳଦେଶଦେଶ ବିଦେଶ

ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍ ରେ ଭାରତୀୟ ରିଲେ ଦଳ ଇତିହାସ ସୃଷ୍ଟି କରିଛି।

ସମସ୍ତ ଏସୀୟ ଦଳର ରେକର୍ଡ ଭାଙ୍ଗି ଫାଇନାଲରେ ପ୍ରବେଶ କଲା ଭାରତୀୟ ରିଲେ ଦଳ

୨୦୨୩ ବିଶ୍ଵ ଆଥଲେଟିକ୍ସ ଚାମ୍ପିୟନସିପ ରେ ଭାରତୀୟ ରିଲେ ଦଳ ଭାରତରେ ପୁରୁଷ ରିଲେ ଦଳ ଇତିହାସ ସୃଷ୍ଟି କରିଛି। ଗତ ଶନିବାର ଦିନ ପ୍ରଥମ ଥର ଫାଇନାଲ ରେ ପ୍ରବେଶ କରିଛି ଭାରତୀୟ ରିଲେ ଦଳ। ଭାରତୀୟ ଦଳ ଏହି ଦୌଡ଼ କୁ ୨ ମିନିଟ ୫୯.୦୫ ସେକେଣ୍ଡ ରେ ସମାପ୍ତ କରିଥିବାବେଳ ଆମେରିକାର ରିଲେ ଦଳ ୨ ମିନିଟ ୫୮.୪୭ ସେକେଣ୍ଡ ରେ ଦୌଡ଼ କୁ ସମାପ୍ତ କରିଥିଲା। ଭାରତ ଦଳ ରେ ମହମ୍ମଦ ଅଜମଲ୍, ରାଜେଶ ରମେଶ,ଅମୋଜ ଯାଦବ ଏବଂ ମହମ୍ମଦ ଅନାସ ୟାହିହା ସାମିଲ ଥିଲେ। ଦ୍ୱିତୀୟ ସ୍ଥାନ ହାସଲ କରି ଟିମ୍ ଇଣ୍ଡିଆ ପ୍ରଥମ ଥର ପାଇଁ ବିଶ୍ଵ ଚମ୍ପିୟାନସିପ ରେ ଯୋଗ୍ୟତା ଅର୍ଜନ କରିବା ସହ ଦେଶ ପାଇଁ ଗୌରବ ଆଣିଛି । ଆହୁରି ମଧ୍ୟ ଏହି ରେସ ସହିତ ଭାରତର ରିଲେ ଦଳ ଏସିଆର ସର୍ବୋତ୍ତମ ଦଳ ହୋଇପାରିଛି ।

ଭାରତ ପୂର୍ବରୁ ଏସୀୟ ଦଳ ମଧ୍ୟ ରେ ଦ୍ରୁତତମ ରିଲେ ଦଳ ର ରେକର୍ଡ ଜାପାନ କରିଥିଲା । ସେ ଏହି ଦୌଡ଼ କୁ ୨ ମିନିଟ ୫୯.୫୧ ସେକେଣ୍ଡ ରେ ସମାପ୍ତ କରିଥିଲା । ସେତେବେଳେ ଭାରତ ଏହି ରେକର୍ଡ କୁ ୩ ମିନିଟ ୦୦.୨୫ ସେକେଣ୍ଡ ରେ ସାରିଥିଲା ଏବଂ ଏଥିରେ ମଧ୍ୟ ସେହି ସମାନ ଭାରତୀୟ ଦଳ ରହିଥିଲେ ଯାହା ୨୦୨୦ ଅଲମ୍ପିକ୍ସ ରେ କରାଯାଇଥିଲା । ଏହି ଦୌଡ଼ ରୁ ଭାରତ ର ମନ୍ଥର ଆରମ୍ଭ ହୋଇଥିଲା ।


ପ୍ରଥମ ରାଉଣ୍ଡ ପରେ ଭଟ୍ଟ ଷଷ୍ଠ ସ୍ଥାନ ରେ ଥିଲା ଏହା ପରେ ଆମୋଜ ଯାଦବ ଦଳ ଗତି କୁ ବୃଦ୍ଧି କରାଇ ଭାରତ କୁ ଦ୍ୱିତୀୟ ସ୍ଥାନକୁ ନେଇଗଲେ । ଏହାପରେ ମହମ୍ମଦ ଅଜମଲ ଏବଂ ରାଜେଶ ରମେଶ ନିଜର ଉତ୍କୃଷ୍ଟ ଗତି ଦ୍ଵାରା ଗତ ଦୁଇ ପର୍ଯ୍ୟାୟ ରେ ଭାରତକୁ ଏକ ନମ୍ବର ରେ ରଖି ଫାଇନାଲ ରେ ପହଁଚାଇଛନ୍ତି।
ଏହିପରି ଭାବେ ଭାରତୀୟ ରିଲେ ଦଳ ଇତିହାସ ସୃଷ୍ଟି କରି ପ୍ରଥମ ଥର ପାଇଁ ବିଶ୍ଵ ଚମ୍ପିୟାନସିପ ଫାଇନାଲ ରେ ନିଜର ସ୍ଥାନ ହାସଲ କରିଛି ।

Show More

Related Articles

Back to top button