Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

୫-ଟି ସଚିବଙ୍କ ଗସ୍ତକୁ ନେଇ ବିରୋଧିଙ୍କ ବିରୋଧ

ଫାଇଭ-ଟି ସଚିବ ଭି. କେ. ପାଣ୍ଡିଆନଙ୍କ ଆଜି ଗଞ୍ଜାମ ଗସ୍ତର ତୃତୀୟ ଦିନ । ଦୁଇ ଦିନ ହେବ ଜିଲ୍ଲାର ବିଭିନ୍ନ ଅଂଚଳ ଗସ୍ତ କରିଛନ୍ତି ଫାଇଭ୍-ଟି ସଚିବ । ଲୋକଙ୍କ ସମସ୍ୟା ଶୁଣିବା ସହ ସମାଧାନର ପ୍ରତିଶ୍ରୁତି ଦେଉଛନ୍ତି ଭି.କେ ପାଣ୍ଡିଆନ୍ ।  ଆଜି ତୃତୀୟ ଦିନରେ ମଧ୍ୟ ବିଜେପି କର୍ମୀ ମାନେ 5-T ସଚିବଙ୍କ ଗସ୍ତକୁ ବିରୋଧ କରି କଳା ପତାକା ପ୍ରଦର୍ଶନ କରିଛନ୍ତି । ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ପୁଞ୍ଜିକୟାଁ ଛକରେ ବିଜେପି କର୍ମୀ ମାନେ ହାତରେ କଳା ପତାକା ଦେଖାଇ ରାସ୍ତାରେ ବିରୋଧ କରିଥିଲେ । ସେହିପରି ଆଜି  ପଟପୁର ଗାନ୍ଧିଛକଠାରେ ମଧ୍ୟ ବିଜେପି କର୍ମୀ କଳା ପୋଷାକ ପିନ୍ଧି ଗୋ ବ୍ୟାକ୍ ନାରା ଦେଇ ପ୍ରତିବାଦ କରିଥିଲେ।

ତେବେ 5T ସଚିବଙ୍କ ଗସ୍ତକୁ ବିରୋଧ ପ୍ରଦର୍ଶନ କରୁଥିବା ବେଳେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ପୁଞ୍ଜିକୟାଁ ଛକରେ ବିଜେଡି- ବିଜେପି ମୁହାଁ ମୁହିଁ ହୋଇଛନ୍ତି । କଳା ପତାକା ଧରି ରାସ୍ତାରେ ଅବରୋଧ କରିଥିଲେ ବିଜେପି କର୍ମୀ । ଏହି ସମୟରେ ବହୁ ସଂଖ୍ୟାରେ ବିଜେଡି କର୍ମୀ ସେଠି ପହଞ୍ଚି ଗଣ୍ଡଗୋଳ କରିଥିବା କଥା ଅଭିଯୋଗ ହୋଇଛି ବୋଲି ସୁଚନା ମିଳିଛି। ପୋଲିସ ଉପସ୍ଥିତିରେ ଦୁଇ ଦଳର କର୍ମୀଙ୍କ ମଧ୍ୟରେ ମାଡ଼ ମାରିବା ଓ ଧସ୍ତାଧସ୍ତି ସ୍ଥିତି ଉପୁଜିଥିଲା । ପାଖାପାଖି ଅଧ ଘଣ୍ଟା ଧରି ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିଲା । ଏହି ଗଣ୍ଡଗୋଳରେ ୪ରୁ ଅଧିକ ବିଜେପି କର୍ମୀ ଆହତ ହୋଇଥିବାରୁ ସେମାନଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛିା

Show More

Related Articles

Back to top button