Breaking PLUSଦେଶମୁଖ୍ୟ ଖବର

ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୁଦ୍ଧରେ ଚାର୍ଜଫ୍ରେମ କଲେ କୋର୍ଟ

ନୂଆଦିଲ୍ଲୀ- ବିଜେପି ଭାଜପା ଏମପି ତଥା କୁସ୍ତି ମହାସଂଘର ପୂର୍ବତନ ସଭାପତି ବ୍ରିଜଭୂଷଣ ଶରଣ ସିଂହଙ୍କ ଅଡୁଆ ବଢିବାରେ ଲାଗିଛି । ଶୁକ୍ରବାର ଯୌନ ନିର୍ଯାତନା ମାମଲାରେ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ତାଙ୍କ ବିରୋଧରେ ଚାର୍ଜଫ୍ରେମ କରିଛନ୍ତି। ତାଙ୍କ ବିରୋଧରେ ୬ ଜଣ ମହିଳା ରେସଲର ଯୌନ ନିର୍ଯାତନାର ଅଭିଯୋଗ ଆଣିଥିଲେ।

କୋର୍ଟ କହିଛନ୍ତି, ୬ଟିରୁ ୫ଟି ମାମଲାରେ ଚାର୍ଜଫ୍ରେମ କରିବାକୁ ବ୍ରିଜଭୂଷଣଙ୍କ ବିରୋଧରେ ଆବଶ୍ୟକ ତଥ୍ୟ ମିଳିଛି। କୋର୍ଟ ୫ଟି ମାମଲାରେ ଆଇପିସିର ଧାରା ୩୫୪ ଓ ୩୫୪ଡିରେ ଚାର୍ଜଫ୍ରେମ କରିଥିବା ବେଳେ ବ୍ରିଜଭୂଷଣଙ୍କ ବିରୋଧରେ ଥିବା ୬ଟି ମାମଲାକୁ ତଥ୍ୟ ଅଭାବରୁ ଖାରଜ କରି ଦେଇଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button