ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ଚା’ ପିଇବା ଶରୀର ପାଇଁ କେତେ ଉପଯୋଗୀ

ପାଣି ପରେ ଯଦି କୌଣସି ପାନୀୟ ଦ୍ରବ୍ୟ ଅଧିକ ପିଆଯାଇଥାଏ ତାହା ହେଉଛି ଚା’। ଆମେ ଭାରତୀୟ ଦିନର ଆରମ୍ଭ ଚା’ ରୁ ହିଁ କରିଥାଉ। ଅଧିକାଂଶ ଲୋକ ଚା’(Tea) ପିଇବାକୁ ବେଶ୍ ପସନ୍ଦ କରିଥାନ୍ତି। କାରଣ ଚା’ରେ ଥିବା କ୍ୟାଫେନ୍(caffeine) କିଛି ସମୟ ପାଇଁ ମାନସିକ ସ୍ତରରେ ଶାନ୍ତି ଦେଇଥାଏ। କିନ୍ତୁ ନିଜକୁ ସତେଜ ରଖିବାର ଇଚ୍ଛା ସ୍ୱାସ୍ଥ୍ୟକୁ ନଷ୍ଟ କରିଦେଇଥାଏ। ତେବେ ଚା’ ଆମ ସ୍ୱାସ୍ଥ୍ୟ ପାଇଁ ଏହା କେତେ କ୍ଷତିକାରକ? ଏହାକୁ ମାତ୍ରାଧିକ ପିଇବା ଦ୍ୱାରା ଏହା ଆମ ଶରୀରରେ କଣ ଘଟିଥାଏ ଜାଣନ୍ତୁ ।

  1. କ୍ୟାଫେନ୍ନିର୍ଭରଶୀଳତା ଦିନକୁ ଅନେକ ଥର ଚା’ ପିଇବା ଦ୍ୱାରା ଏଥିରେ ଥିବା କ୍ୟାଫେନ୍(caffeine) ଉପରେ ନିର୍ଭରଶୀଳତା ବହୁ ପରିମାଣରେ ବୃଦ୍ଧି ପାଇଥାଏ। ଯାହା ଆମର ନ୍ୟୁରନ୍ ଉପରେ ପ୍ରଭାବ ପକାଇଥାଏ। ଫଳରେ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହୋଇଥାଏ।
  2. ପେଟଜଳିବା- ଅଧିକାଂଶ ଲୋକ ସକାଳୁ ଉଠି ଚା’ ପିଇବାକୁ ପସନ୍ଦ କରିଥାନ୍ତି। ଏମିତିକି କିଛି ଲୋକ ତ ଏହାକୁ ବେଡ୍ ଟି ନାଁ ଦେଇ ହାତ ମୁହଁ ନଧୋଇ ବିଛଣାରେ ହିଁ ପିଇଥାନ୍ତି। ତେବେ ଖାଲି ପେଟରେ ଚା’ ପିଇବା ଦ୍ୱାରା ଏହା ଆମର ହଜମ ପ୍ରକ୍ରିୟାକୁ ବ୍ୟାହାତ କରିବା ସହ ପେଟ ଜଳିବା ଭଳି ସମସ୍ୟା ଦେଖାଇଥାଏ।

3.ମଧୁମେହ- ମଧୁମେହ(Diabetes) ଏପରି ଏକ ରୋଗ ଯାହାର ଚିକିତ୍ସା ଏପର୍ଯ୍ୟନ୍ତ ମିଳିପାରି ନାହିଁ। ତେବେ ଅତ୍ୟଧିକ ଚା’ ପିଇବା ମଧୁମେହ ରୋଗୀଙ୍କ ପାଇଁ କ୍ଷତିକାରକ ଅଟେ। ତେଣୁ ଡାକ୍ତରମାନେ ବିନା ଚିନିରେ ଚା’ ପିଇବାକୁ ମଧୁମେହ ରୋଗୀଙ୍କୁ ପରାମର୍ଶ ଦେଇଥାନ୍ତି।

4.ମେଦବହୁଳତା- କିଛି ଲୋକ ଶୀଘ୍ର ଓଜନ ହ୍ରାସ କରିବାକୁ ଚାହିଁଥାନ୍ତି। କିନ୍ତୁ ଚା’ ପିଇବା ଅଭ୍ୟାସ ଛାଡ଼ିବା ସେମାନଙ୍କ ପାଇଁ କଷ୍ଟକର ହୋଇଥାଏ। ତେବେ ଅତ୍ୟଧିକା ଚା’ ପିଇବା ଦ୍ୱାରା ଏହା ମେଦବହୂଳତାକୁ ପ୍ରୋତ୍ସାହିତ କରିଥାଏ।

  1. ହୃଦୟରସ୍ୱାସ୍ଥ୍ୟ ଉପରେ ପ୍ରଭାବ- ଯଦି ଆପଣ ନିଜ ହୃଦୟର ସ୍ୱାସ୍ଥ୍ୟକୁ ଭଲ ରଖିବାକୁ ଚାହୁଁଛନ୍ତି ତେବେ ଦୈନନ୍ଦିନ ଖାଦ୍ୟରୁ କିଛି ଜିନିଷକୁ ବାଦ୍ ଦେବା ଆବଶ୍ୟକ। ଚା’ରେ କିଛି ଉପାଦାନ ମିଳିଥାଏ ଯାହା ଏକ ସୁସ୍ଥ ହୃଦୟ ପାଇଁ ବିପଦ ଅଟେ।

6.ବାରମ୍ବାର ଚା ଗରମ କରିବା ବିପଜ୍ଜନକ ଅଟେ- କିଛି ଲୋକ ଥରେ ଚା’ ତିଆରି କରି ଏହାକୁ ବାରମ୍ବାର ଗରମ କରି ପିଇଥାନ୍ତି। ଯାହା ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଏଥି ସହ ଏହା ବିଶାକ୍ତ ବୋଲି ମଧ୍ୟ କୁହାଯାଏ।

 

Show More

Related Articles

Back to top button