ଓଡ଼ିଶାଦେଶବାଣିଜ୍ୟସ୍ୱତନ୍ତ୍ର

ବଦଳିଛି ସୁନାର ଦର : ସୁନା କିଣୁଥିବା ବ୍ୟକ୍ତିଙ୍କ ପାଇଁ ଆସିଛି ଖୁସି ଖବର

ସୁନା ପିନ୍ଧିବାକୁ ପ୍ରାୟତଃ ସମସ୍ତେ ପସନ୍ଦ କରିଥାନ୍ତି। ଖାସ୍ କରି ସ୍ତ୍ରୀ ଲୋକ ମାନେ ସୁନା ପିନ୍ଧି ସଜେଇ ହେବାକୁ ଅଧିକ ଭଲ ପାଆନ୍ତି । କାରଣ ସୁନା ପିନ୍ଧିଲେ ଅଧିକ ସୁନ୍ଦର ଦେଖାଯାଇଥାନ୍ତି ।  ତେଣୁ ସୁନା କିଣିବାକୁ ଚାହୁଁଥିଲେ ନଜର ପକାନ୍ତୁ ରାଜ୍ୟ ସହ ଦେଶର ପ୍ରମୁଖ ସହରରେ କେତେ ରହିଛି ଆଜିର ସୁନାର ମୂଲ୍ୟ ।

ଗତ କିଛି ଦିନ ହେବ ବଜାରରେ ସୁନାର ଦରରେ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦଶ ଗ୍ରାମ ପ୍ରତି ୫୪,୫୦୦ ଟଙ୍କା ଓ ୨୪ କ୍ୟାରେଟ ସୁନାର ଦର ଦଶ ଗ୍ରାମ ପ୍ରତି ୫୯, ୪୫୦ ରହିଛି । ଓଡ଼ିଶାର ରାଜଧାନୀ ଭୁବନେଶ୍ୱରେ ୨୨ କ୍ୟାରେଟ ସୁନାର ଦାମ ଦଶ ଗ୍ରାମ ପ୍ରତି ୫୪,୫୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନାର ଦର ୫୯,୪୫୦ଟଙ୍କା ରହିଛି । କେବଳ ଏତିକି ନୁହେଁ ଦେଶର ପ୍ରମୁଖସହର ମାନଙ୍କରେ ମଧ୍ୟ କେତେକ ସ୍ଥାନରେ ସୁନାର ଦର ସ୍ଥିର ରହିଥିବା ବେଳେ ଅନ୍ୟ କେତେକ ସ୍ଥାନରେ ଏହାର ଦରରେ ସାମାନ୍ୟ ବୃଦ୍ଧି ହୋଇଛି ।

ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ଯଥାକ୍ରମେ ୫୪,୫୦୦ଟଙ୍କା ଓ ୫୯,୪୫୦ ଟଙ୍କା ରହିଛି । ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୫୪,୫୦୦ ଟଙ୍କା ଓ ୫୯,୪୫୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୫୪,୬୫୦ଟଙ୍କା ଓ ୫୯,୬୦୦ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୫୪,୮୩୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୫୯,୪୫୦ ଟଙ୍କା ଥିବା ରେକର୍ଡ ହୋଇଛି । ସେହିପରି ରୁପା ମୂଲ ୧ କିଲୋଗ୍ରାମ ପ୍ରତି ୭୬,୪୦୦ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।

Show More

Related Articles

Back to top button