Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଶାନ୍ତନୁ ଠାକୁରଙ୍କ ସହ ଯାଉଥିବା କାରକୁ ଧକ୍କା ଦେଲା ବୋଲେରୋ

ଅଶୋକନଗର: କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶାନ୍ତନୁ ଠାକୁରଙ୍କ ସହ ଯାଉଥିବା ଏକ ଗାଡିକୁ ଧକ୍କା ଦେଇଛି ଅନ୍ୟ ଏକ କାର୍ । ଶନିବାର ସନ୍ଧ୍ୟାରେ ମନ୍ତ୍ରୀ ଯାଉଥିବା ବେଳେ ଏକ କାର୍ ପଛପଟୁ ଧକ୍କା ଦେଇଥିଲା ।

ବିଜେପି ସାଂସଦ ଶନିବାର କୋଲକାତା ଏୟାରପୋର୍ଟରୁ ଠାକୁରନଗର ଅଭିମୁଖେ ଯାଉଥିବା ବେଳେ ଅଶୋକନଗରର ମନିକତଲା ଅଞ୍ଚଳରେ କେନ୍ଦ୍ରମନ୍ତ୍ରୀଙ୍କ ସହ ଯାଉଥିବା ଏକ ଇନୋଭା କାରକୁ ପଛପଟୁ ଏକ ବୋଲେରୋ ଧକ୍କା ଦେଇଥିଲା । ଅନ୍ୟପଟେ ସମ୍ପୃକ୍ତ ବୋଲେରୋଟି ପ୍ରାୟ 10 କିଲୋମିଟର ହେବ ସେମାନଙ୍କ ଗାଡିକୁ ପିଛା କରୁଥିବା କେନ୍ଦ୍ରମନ୍ତ୍ରୀ ଅଭିଯୋଗ କରିଛନ୍ତି । ତେବେ ଅଶୋକନଗରର ମାନିକତଲା ଅଞ୍ଚଳରେ ଟ୍ରାଫିକ ଜାମ କାରଣରୁ ମନ୍ତ୍ରୀଙ୍କ ସହ ଯାଉଥିବା ଗାଡିକୁ ଧକ୍କା ଦେଇଥିଲା ବୋଲେରୋ । ତେବେ କେନ୍ଦ୍ରମନ୍ତ୍ରୀର କୌଣସି କ୍ଷତି ହୋଇନଥିବା ବେଳେ କାରର ପଛ ଭାଗ କ୍ଷତିଗ୍ରସ୍ତ ହୋଇଛି ।

Show More

Related Articles

Back to top button