Breaking PLUSଦେଶଦେଶ ବିଦେଶସ୍ୱତନ୍ତ୍ର

ଚାକିରି ନେବନି AI, ଆଶ୍ୱସ୍ତି ଆଣିଛି ଜାତିସଂଘ ଅଧ୍ୟୟନ ରିପୋର୍ଟ

 ଗତ ନଭେମ୍ବର ୨୦୨୨ରେ ଏଆଇ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସମଗ୍ର ବିଶ୍ୱକୁ ଚାଟଜିପିଟି ସହ ପରିଚିତ କରାଇଥିଲା ଓ ଦେଶରେ ଆରମ୍ଭ ହୋଇଯାଇଥିଲା ଏଆଇ। ଯାହାକୁ ଧୀରେ ଧୀରେ ବିଶ୍ୱର ବହୁ କମ୍ପାନୀ ନିଜର ଏଆଇ ଟୁଲ ମାଧ୍ୟମରେ କାମ କରିବା ଆରମ୍ଭ କରି ଦେଇଥିଲେ । ଯାହା ଫଳରେ କିଛି ଜଣଙ୍କ ମନରେ ଥିଲା ଯେ, ଏହି ଏଆଇ ଟୁଲ୍ ସେମାନଙ୍କ କର୍ମ କ୍ଷେତ୍ରରେ ସହାୟତା କରିବ । ଆଉ ଅନ୍ୟପକ୍ଷରେ କିଛି ଲୋକ ମଧ୍ୟ ଏହାର ନକରାତ୍ମକ ପରିଣାମକୁ ନେଇ ଭୟଭୀତ ହୋଇଯାଇଥିଲେ । ଅଧିକାଂଶ ଲୋକ ଆଶଙ୍କା କରିଥିଲେ ଯେ, ଏଆଇ ମାନବର ଯାଗା ନେବ ଫଳରେ ବହୁ ଏକ୍ସପର୍ଟ ମାନେ ବି ସେମାନଙ୍କ ଚାକିରୀ ହରାଇଦେବେ । ଏପରିକି ଏଲନ ମସ୍କ ମଧ୍ୟ ଏଆଇର ନକରାତ୍ମକ ଦିଗକୁ ନେଇ ସମସ୍ତଙ୍କୁ ସତର୍କ କରାଇଥିଲେ । ତେବେ ବର୍ତ୍ତମାନ ଏହାକୁ ନେଇ ଜାତିସଂଘର ଅଧ୍ୟୟନ ଏକ ଆଶ୍ୱସ୍ତି ରିପୋର୍ଟ ଆଣିଛି।

ଏଆଇ ସଂପର୍କରେ ଜାତିସଂଘର ଅଧ୍ୟୟନ ରିପୋର୍ଟ:
ନିକଟରେ ଜାତିସଂଘର ଆନ୍ତର୍ଜାତିକ ଶ୍ରମ ସଂସ୍ଥା( ଆଇଏଲ୍ଓ) କହିଛି ଏଆଇ ଆମମାନଙ୍କର କାର୍ଯ୍ୟଶୈଳୀ ବଦଳାଇ ଦେବ, କିନ୍ତୁ ମାନବର ସ୍ଥାନ ନେବ ନାହିଁ । ଏକ ରିପୋର୍ଟରେ ମଧ୍ୟ କୁହାଯାଇଛି ଆଗକୁ ବିଭିନ୍ନ ଚାକିରୀ ଓ ଶିଳ୍ପ କ୍ଷେତ୍ର ଆଶିଂକ ସ୍ୱୟଂଚାଳିତ ହେବ ଏଆଇ। ଆଏଲଓ ଆହୁରି କହିଛି ଏଆଇର ଚାଟଜିପିଟି ଦ୍ୱାରା ପ୍ରାୟ କମ୍ପାନୀ ବହୁ ଦିଗରୁ ଉପକୃତ ହେବେ । ଏଣୁ ଏଆଇ ଦ୍ୱାରା ଚାକିରୀ ହ୍ରାସ ପାଇବ ନାହିଁ ବରଂ ଚାକିରୀର ଗୁଣବତ୍ତା ବୃଦ୍ଧି ପାଇବ ।
ଏହା ବ୍ୟତିତ ଏଆଇର ପ୍ରଭାବ ଅଲଗା ପ୍ରଫେସନ ଓ ଅଞ୍ଚଳ ଅନୁଯାୟୀ ଭିନ୍ନ ରହିବ । ତେବେ ପୁରୁଷଙ୍କ ତୁଳନରେ ମହିଳାମାନଙ୍କର ଚାକିରୀରେ ବେଶୀ ପ୍ରଭାବିତ ହେବ । ଅନ୍ୟପକ୍ଷରେ ଓପନ ଏଆଇ ସିଇଓ ସାମ୍ ଅଲ୍ଟମ୍ୟାନ କହିଛନ୍ତି ମାନବ ସମାଜ ଉପରେ ଏଆଇର ପ୍ରଭାବ ସଂପୂର୍ଣ୍ଣ ଭାବରେ ସକରାତ୍ମକ ରହିବ ନାହିଁ । ଯେଉଁମାନେ ଏଆଇ ଉପରେ କାମ କରିଛନ୍ତି ସେମାନେ ଏହାର ଭଲ ପ୍ରଭାବ ରହିଛି ବୋଲି ଛଳନା କରୁଛନ୍ତି । ସେମାନଙ୍କ ମତରେ ଏହା ମାନବ ଲାଗି ଏକ ପ୍ରେରକ ଭାବରେ କାମ କରିବ ଓ ମାନବର ବିକଳ୍ପ ଭାବରେ କାମ କରିବ ନାହିଁ । କିନ୍ତୁ ପ୍ରକୃତ କଥା ଏହା ନୁହେଁ । ବାସ୍ତବରେ ବହୁ ଚାକିରୀ ସଂଖ୍ୟା ହ୍ରାସ ପାଇବ ବୋଲି ଅଲ୍ଟମାନ ପ୍ରକାଶ କରିଛନ୍ତି। କେବଳ ଏତିକି ନୁହେଁ ଅଲ୍ଟମାନ ଆହୁରି ମଧ୍ୟ କହିଛନ୍ତି ଯେ ଓପନ୍ ଏଆଇ ଚାଟଜିପିଟି ଠାରୁ ଅଧିକ ଶକ୍ତିଶାଳୀ ହୋଇ କାମ କରିବ କିନ୍ତୁ ସମାଜ ଏହି ଉତ୍ତରଣକୁ ଗ୍ରହଣ କରିବାକୁ ପ୍ରସ୍ତୁତ ହୋଇ ନ ପାରନ୍ତି । ଲୋକମାନଙ୍କୁ ଟେକ୍ନୋଲଜିର ଏହି ଉତ୍ତରଣ ସହିତ ଆଡଜଷ୍ଟ ହେବାକୁ ଆହୁରି କିଛି ସମୟ ଲାଗିବ ।

Show More

Related Articles

Back to top button