Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ବିକାଶଶୀଳ ଦେଶ ଉପରେ ବିଶ୍ୱ ଅଧିକ ଧ୍ୟାନ ଦେବା ଆବଶ୍ୟକ: ଏସ ଜୟଶଙ୍କର

ନୂଆଦିଲ୍ଲୀ: ଆଜିର ସମୟରେ ବିକାଶଶୀଳ ଦେଶ ଉପରେ ବିଶ୍ୱ ଅଧିକ ଧ୍ୟାନ ଦେବା ଆବଶ୍ୟକ । ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ରବିବାର ଜି-20 ଦେଶର ବିଜନେସ ସମୂହ (ବି-20) ସମ୍ମିଳନୀରେ ଯୋଗ ଦେଇ ଏହା କହିଛନ୍ତି । କୋଭିଡ ମହାମାରୀ ସମୟରେ ଗ୍ଲୋବାଲ ସାଉଥ୍ ଓ ଗ୍ଲୋବାଲ ନର୍ଥ ମଧ୍ୟରେ ପାର୍ଥକ୍ୟ ଥିବା ଦେଖିବାକୁ ମିଳିଛି ।

ଏବେ ପର୍ଯ୍ୟନ୍ତ ବୈଶିକ ବ୍ୟବସ୍ଥାରେ ଗ୍ଲୋବାଲ ନର୍ଥର ପ୍ରାଧାନ୍ୟ ରହିଆସିଛି । ଏହା ଜି-20ରେ ମଧ୍ୟ ଦୃଶ୍ୟମାନ ହୋଇଥାଏ । ଜି-20 ଅଧ୍ୟକ୍ଷ ଭାବେ ଗ୍ଲୋବାଲ ସାଉଥର ସ୍ୱରକୁ ଶୁଣିବାକୁ ଭାରତ ପ୍ରଚେଷ୍ଟା କରିଛି । ତେଣୁ ଜାନୁୟାରୀରେ ଗ୍ଲୋବାଲ ସାଉଥ ଶିଖର ସମ୍ମିଳନୀର ଆୟୋଜନ କରିଛି ଭାରତ । ଏହି ସମ୍ମିଳନୀରେ ବିକାଶଶୀଳ ଦେଶର ଚାଲେଞ୍ଜ ଓ ପ୍ରାଥମିକତାକୁ ଜାଣିବାକୁ ସୁଯୋଗ ମିଳିବ । ଏହାକୁ ହିଁ ଭାରତ ଜି-20ର ମୁଖ୍ୟ ଏଜେଣ୍ଡା କରିଛି ।

ସେ କହିଛନ୍ତି ଯେ, ଅର୍ଥନୈତିକ ଅଭିବୃଦ୍ଧି ଓ ସମୃଦ୍ଧି ଦିଗରେ ପ୍ରୋତ୍ସାହିତ କରିବା ପାଇଁ ଗ୍ଲୋବାଲ ସାଉଥର ମୁଖ୍ୟ ଚିନ୍ତାଧାରକୁ ଅଣଦେଖା କରାଯିବା ଉଚିତ ନୁହେଁ ବୋଲି ଜି-20 ବିଶ୍ୱାସ କରେ । ଏବେ ପର୍ଯ୍ୟନ୍ତ ଗ୍ଲୋବାଲ୍ ସାଉଥ୍ କେବଳ ଗ୍ରାହକ ଭାବରେ ଦେଖାଯାଉଛି ଏବଂ ଉତ୍ପାଦକ ଭାବରେ ନୁହେଁ । ତେଣୁ ଗ୍ଲୋବାଲ ସାଉଥର ଚିନ୍ତାଧାରାକୁ ଶୁଣିବାକୁ ଆହ୍ୱାନ ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ।

Show More

Related Articles

Back to top button