Breaking PLUSଦେଶ ବିଦେଶମୁଖ୍ୟ ଖବର

ବିବାଦ ପରେ ସାମ୍ନାସାମ୍ନି ହେବାକୁ ଯାଉଛନ୍ତି ଭାରତ-କାନାଡା

ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କ ହତ୍ୟାକୁ ନେଇ ଭାରତ ଏବଂ କାନାଡା ମଧ୍ୟରେ ତିକ୍ତତା ଲାଗି ରହିଛି। ତେବେ ଏହାରି ଭିତରେ ଭାରତ ଏବଂ କାନାଡା ଆନୁଷ୍ଠାନିକ ଭାବେ ପୁଣିଥରେ ସାକ୍ଷାତ କରିବାକୁ ଯାଉଛନ୍ତି। ନିଜାରଙ୍କ ହତ୍ୟା ବିବାଦ ପରେ ଏହା ପ୍ରଥମ ଥର ଦୁଇ ଦେଶ ମଧ୍ୟରେ ଭେଟ ହେବ। ସୂଚନା ଅନୁସାରେ ଆସନ୍ତା ସପ୍ତାହରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ‘ପାର୍ଲାମେଣ୍ଟ -୨୦’ ଶିଖର ସମ୍ମିଳନୀରେ କାନାଡା ସାମିଲ ହେବ ବୋଲି କୁହାଯାଉଛି। ‘ପାର୍ଲାମେଣ୍ଟ -୨୦’ ବୈଠକରେ ଭାରତ ଅନେକ ପ୍ରମୁଖ ପ୍ରସଙ୍ଗ ଉଠାଇବାକୁ ଯାଉଛି। ଗତ ଶୁକ୍ରବାର କାନାଡା ଏହି ବୈଠକରେ ସାମିଲ ହେବାକୁ କହିଛି। ଲୋକ ସଭା ବାଚସ୍ପତି ଓମ ବିର୍ଲା କହିଛନ୍ତି, ସମସ୍ତ ଦେଶକୁ ନିମନ୍ତ୍ରଣ ପଠାଯାଇଛି। କାନାଡାର ସିନେଟ ବାଚସ୍ପତି ତାଙ୍କ ଏଥିରେ ସାମିଲ ହେବା ନେଇ ନିଶ୍ଚିତ କରିଛନ୍ତି। ‘ପାର୍ଲାମେଣ୍ଟ -୨୦’ ଶିଖର ସମ୍ମିଳନୀରେ କାନାଡାର ପ୍ରତିନିଧିତ୍ୱ ସିନେଟର ଅଧ୍ୟକ୍ଷ ରେମୋଣ୍ଡେ ଗାଗ୍ନେ କରିବେ।

Show More

Related Articles

Back to top button