Breaking PLUSଓଡ଼ିଶାଦୁର୍ଘଟଣା

ବାଣ ନିଆଁରେ ପୋଡି ହୋଇଗଲେ ୩ ଗାଈ

ବାଲିଅନ୍ତା ବ୍ଲକ ପ୍ରତାପରୁଦ୍ର ପୁର ଗ୍ରାମ ପଞ୍ଚାୟତ ଅଧୀନସ୍ଥ ପାରି ବାସୁଦେବପୁର ମଲ୍ଲିକ ସାହିରେ ଗତକାଲି ରାତିରେ ଘଟିଯାଇଛି ଏକ ବଡ ଦୁର୍ଘଟଣା। ବାଣ ନିଆଁରେ ପୋଡି ହୋଇ ୩ ଗାଈ ଦଗ୍ଧ | ଉକ୍ତ ଗ୍ରାମର କୁନିଆ ମଲ୍ଲିକଙ୍କ ଗୁହାଳ ଚାଳ ଉପରେ ବାଣ ପଡ଼ି ହୁତୁହୁତୁ ହୋଇ ଜଳି ଯାଇଥିଲା। ଗୁହାଳଟି ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇ ଯାଇଛି। ସେଠାରେ ଥିବା ୫ ଟି ଗାଈରୁ ୩ଟି ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି।ଖବର ପାଇ ବାଲିପାଟଣା ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛି। ସେହିପରି ବାଲିପାଟଣ ର ବିଭିନ୍ନ ସ୍ଥାନରେ ବାଣ ନିଆଁରେ ଅଗ୍ନିକାଣ୍ଡ ଘଟିଥିବାର ସୂଚନା ମିଳିଛି।

Show More

Related Articles

Back to top button