Breaking PLUSମନୋରଞନମନୋରଞ୍ଜନ

ପାକିସ୍ତାନୀ ଅଭିନେତାଙ୍କ ପ୍ରେମରେ ପଡିଲେ ଦୀପିକା

ନିକଟରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ, ‘ଜଓ୍ବାନ୍’ ରିଲିଜ୍ ହୋଇଥିଲା। ଯାହାକୁ ନେଇ ଲାଇମଲାଇଟରେ ଥିଲେ ଦୀପିକା । ଏହି ଫିଲ୍ମଟି ବକ୍ସ ଅଫିସରେ ଖୁବ ଧମାଲ ମଚାଇଥିଲା। ତେବେ, ଏହାରି ଭିତରେ ଅଭିନେତ୍ରୀଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ପାକିସ୍ତାନୀ ଅଭିନେତାଙ୍କ ପ୍ରେମରେ ଉବୁଟୁବୁ ଦୀପିକା ପାଦୁକୋନ୍ ବୋଲି ଚର୍ଟ୍ଟା ହେଉଛି। କେବଳ ଏତିକି ନୁହେଁ ଏହା ମଧ୍ୟ ଚର୍ଚ୍ଚା ହେଉଛି କି, ଯେଉଁଥିପାଇଁ ଦୀପିକା ରଣବୀର ସିଂହଙ୍କ ମଧ୍ୟରେ ସମ୍ପର୍କ ଭଲ ନାହିଁ। ତେବେ, ଏହାରି ଭିତରେ ଦୀପିକାଙ୍କ ଏକ ଭିଡି଼ଓ ବର୍ତ୍ତମାନ ସୋସିଆଲ ମିଡିଆ ମାଧ୍ୟମରେ ସାମ୍ନାକୁ ଆସିଛି ।

ଭିଡିଓରେ ଦେଖିବାକୁ ମିଳିଛି ଯେ, ଏକ ଆୱାର୍ଡ ସୋରେ ପାକିସ୍ତାନୀ ଅଭିନେତା ଫଓ୍ବାଦ୍ ଖାନ୍ ଓ ଦୀପିକା ଏକ ମଞ୍ଚ ଉପରେ ଅଛନ୍ତି।  ମଞ୍ଚ ଉପରେ ଦୀପିକାଙ୍କୁ ଦେଖି ରୂପ୍ ତେରା ମସ୍ତାନା…. ଏକ ଗୀତକୁ ସାଏରୀ କରି ବୋଲୁଛନ୍ତି ପାକିସ୍ତାନୀ ଅଭିନେତା ଫଓ୍ବାଦ୍ ଖାନ୍। ଏବଂ ଦୀପିକା ମଧ୍ୟ ଫୱାଦ୍ ଙ୍କ କଥା ଶୁଣି ଲାଜେଇ ଯାଉଛନ୍ତି । କେବଳ ସେତିକି ନୁହେଁ, ଏହି ଆୱାର୍ଡ ସୋରେ ମଧ୍ୟ ଦୀପିକାଙ୍କ ସ୍ୱାମୀ ରଣବୀର ବସିଥିବା ମଧ୍ୟ ଦେଖିବାକୁ ମିଳିଛି । ଦୀପିକାଙ୍କ ସହ ଫୱାଦ୍ ଖାନ୍ ଙ୍କ ଏପରି ଫ୍ଲଟିଂ ଦେଖି ରଣବୀର ରାଗି ଯାଉଛନ୍ତି । ଏବଂ ମନକୁ ବୁଝେଇ ସେଠାରେ ବସି ଦୀପିକାଙ୍କୁ ଚାହିଁ ରହିଛନ୍ତି । ଶେଷରେ ଦୀପିକା ଫଓ୍ବାଦ୍ ଖାନ୍ ଙ୍କୁ ଜୋରେ କରି ଆଲିଙ୍ଗନ କରୁଛନ୍ତି । ତେବେ, ଏହି ସମୟ ଏକ ଭିଡି଼ଓ ବର୍ତ୍ତମାନ ସୋସିଆଲ୍ ମିଡି଼ଆରେ ଭାଇରାଲ ହେଇଛି। ନିକଟରେ ଦୀପିକାଙ୍କ ଅଭିନୀତ ଫିଲ୍ମ ‘ଜଓ୍ବାନ୍’ ରିଲିଜ୍ ହୋଇଥିଲା। ‘ଜୱାନ’ରେ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ କେମିଓ ରୋଲକୁ ମଧ୍ୟ ବେଶ ପସନ୍ଦ କରିଥିଲେ ଦର୍ଶକ ।  ନିର୍ଦ୍ଦେଶକ ଆଟଲିଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ଶାହରୁଖ ଖାନ , ନୟନତାରାଙ୍କ ବ୍ୟତୀତ ବିଜୟ ସେଥୁପଥୀ ମଧ୍ୟ ନଜର ଆସିଛନ୍ତି । ଫିଲ୍ମକୁ ଦର୍ଶକଙ୍କ ଠାରୁ ବହୁତ ଭଲ ରେସପନ୍ସ ମିଳିଥିବା ଦେଖିବାକୁ ମିଳିଛି । ଫିଲ୍ମ ‘ଜଓ୍ବାନ୍’ (Jawan) ବକ୍ସ ଅଫିସରେ ନୂଆ ରେକର୍ଡ ସୃଷ୍ଟି କରିଛି । ଯଦି ଆମେ ଦୀପିକାଙ୍କ ଓ୍ବାର୍କଫ୍ରଣ୍ଟ କଥା କହିବା ତେବେ,  ହ୍ରିତିକ ରୋଶନଙ୍କ ଅଭିନୀତ ଫିଲ୍ମ  ‘ଫାଇଟର’ରେ ସେ ନଜର ଆସିବେ। ପାକିସ୍ତାନର ପ୍ରଥମ ନେଟଫ୍ଲିକ୍ସ ପ୍ରୋଜେକ୍ଟରେ ଫୱାଦ ଖାନ ମହିରା ଖାନଙ୍କ ସହ ବି ନଜର ଆସିବେ।

Show More

Related Articles

Back to top button