Breaking PLUSଦୁର୍ଘଟଣା

ଚଳନ୍ତା ବସରେ ଲାଗିଲା ନିଆଁ

ଚଳନ୍ତା ବସରେ ଅଗ୍ନିକାଣ୍ଡ ଘଟଣାରେ ଓଡ଼ିଶାର ଜଣେ ମହିଳା ମୃତ ହୋଇଥିବାର ଖବର ସାମ୍ନାକୁ ଆସିଛି । ଶୁକ୍ରବାର ରାତି ୧୦ଟା ସୁଦ୍ଧା କୋଲକତାର ବାବୁଘାଟ ବସ୍ ଟର୍ମିନାଲରୁ ପାରଦୀପ ଆସୁଥିବା ଏକ ଯାତ୍ରୀବାହୀ ଚଳନ୍ତା ବସରେ ନିଆଁ ଲାଗିଯାଇଥିଲା । ଏହି ବସରେ ୪୫ ରୁ ୫୦ ଜଣ ଯାତ୍ରୀ  ଶିବମ୍ ଟ୍ରାଭେଲ୍ସରେ ପାରଦୀପ ଆସୁଥିଲେ । ସେମାନଙ୍କ ମଧ୍ୟରୁ ୩୬ ଜଣ ଆହତ ଜଣାପଡ଼ିଛି । ଏଥିରେ ୨୫ ଜଣ ଓଡ଼ିଆ ଥିବା ବେଳେ ଏମାନଙ୍କ ମଧ୍ୟରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳା କେନ୍ଦ୍ରପଡ଼ା ଇଚ୍ଛାପୁର ନିକଟ ନୋଳିଆ ଗାଁର ଅଟନ୍ତି । ୨୫ ଜଣ ଓଡ଼ିଆଙ୍କ ମଧ୍ୟରୁ କେନ୍ଦ୍ରାପଡ଼ାର ୧୬ ଜଣ ପାରଦୀପର ଦୁଇ ଜଣ, ଯାଜପୁରର ୭ ଜଣ ଯାତ୍ରୀ ଥିଲେ । ଏନଏଚରେ ଖଡ଼ଗପୁରର ମାଧପୁର ନିକଟରେ ଚଳନ୍ତା ବସରେ ଅଚାନକ ନିଆଁ ଲାଗିଯାଇଥିଲା । ସେହି ଅଞ୍ଚଳର ଅଗ୍ନିଶମ କର୍ମଚାରୀମାନେ ନିଆଁ ଆୟତ୍ତ ଓ ଯାତ୍ରୀ ଉଦ୍ଧାର କାର୍ଯ୍ୟ ଚଳାଇଥିଲେ । ଆହତମାନଙ୍କୁ ମେଦିନାପୁର ମେଡିକାଲ କଲେଜ ଏବଂ ଖଡ଼ଗପୁର ଗ୍ରାମୀଣ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ଏହି ଘଟଣାଟି ସର୍ଟସର୍କିଟରୁ ଘଟିଛି ବୋଲି କୁହାଯାଉଛି ।

Show More

Related Articles

Back to top button