ମନୋରଞନମନୋରଞ୍ଜନ

ଆଡଭାନ୍ସ ବୁକିଂରେ କଲାଣି ରେକର୍ଡ ସଲ୍‌ମାନଙ୍କ ଫିଲ୍ମ

ସଲମାନ ଖାନଙ୍କ ଫିଲ୍ମ ‘ଟାଇଗର’ ଏହି ଦୀପାବଳିରେ ମୁକ୍ତିଲାଭ କରିବାକୁ ଯାଉଛି ଏବଂ ବକ୍ସ ଅଫିସରେ ଏହାର ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ପ୍ରଥମ ଥର ପାଇଁ ଦୀପାବଳିରେ ଏତେ ବଡ଼ ଫିଲ୍ମ ରିଲିଜ ହେଉଛି। ପୂର୍ବରୁ ଦୀପାବଳିର ଗୋଟାଏ ଦିନ ପୂର୍ବରୁ କିମ୍ବା ପରେ ଫିଲ୍ମ ରିଲିଜ୍‌ ହୋଇଛି। ମାତ୍ର ଏଥର ଦୀପାବଳି ଦିନରେ ହିଁ ମୁକ୍ତିଲାଭ କରିବ ‘ଟାଇଗର୍‌-୩’। ଅବଶ୍ୟ ଏହା ଓପେନିଂ ଡେ ପାଇଁ ଶୁଭଙ୍କର ନୁହେଁ। ଉତ୍ସବରେ ଲୋକ ବ୍ୟସ୍ତ ଥିବା କାରଣରୁ ସିନେମା ହଲ୍‌ରେ କମ୍‌ ଦର୍ଶକ ଦେଖା ଦେଇପାରନ୍ତି ବୋଲି ଅନୁମାନ କରାଯାଇଥିଲା। ମାତ୍ର ସଲମାନ ଖାନଙ୍କ ସୁପର ଷ୍ଟାର ଡମର ଫଳାଫଳ ସ୍ୱରୁପ ଫିଲ୍ମର ଉଦଘାଟନୀ ଦିନ ବା ଓପେନିଂ ଡେ  ପାଇଁ ବମ୍ପର ଆଡଭାନ୍ସ ବୁକିଂ ମଧ୍ୟ ହୋଇଛି। ଶୁକ୍ରବାର ରାତି ସୁଧା ମନୀଷ ଶର୍ମାଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ପାଇଁ ପ୍ରାୟ ୧୬ କୋଟି ଟଙ୍କାର ଅଗ୍ରୀମ ବୁକିଂ କରାଯାଇଛି, ଶନିବାର ଦିନ ଏହି ସଂଖ୍ୟା ସହଜରେ ୨୦ କୋଟିରେ ପହଞ୍ଚିଯିବ। ଏହାର ଅର୍ଥ ରବିବାର ଦିନ ରିଲିଜ୍ ହେବା ପୂର୍ବରୁ ମଧ୍ୟ ‘ଟାଇଗର ୩’ ଅତି କମରେ ୨୦ କୋଟି ଟଙ୍କା ବ୍ୟବସାୟ କରି ସାରିଥିବ। ୟଶ୍‌ ରାଜ୍‌ ଚୋପ୍ରାଙ୍କ ସ୍ପାଏ ଏଜେନ୍ସିର ‘ଟାଇଗର ଫ୍ରାଞ୍ଚାଇଜ୍’ ପାଇଁ ପ୍ରଶଂସକଙ୍କ କ୍ରେଜ୍ ସବୁଠାରୁ ଆଗରେ ରହିଛି। ଏଭଳି ପରିସ୍ଥିତିରେ ସଲମାନ ଖାନ ଏବଂ ଟାଇଗରର ପ୍ରଶଂସକମାନେ ଏହି ଫିଲ୍ମକୁ ନେଇ ବହୁତ ଉତ୍ସାହିତ ଅଛନ୍ତି। ତେବେ ରବିବାରର ଉଦଘାଟନୀ ଦିନରେ ସଂଧ୍ୟା ସୋ’ ଟିକେ ବେଶି ପ୍ରଭାବିତ ହେବ।

Show More

Related Articles

Back to top button