ସ୍ୱତନ୍ତ୍ର

ଗୋଟେ ଟ୍ରେନ୍ ଟିକେଟ୍ ରେ 56 ଦିନ ବୁଲି ପାରିବେ

ଦେଶ ର ଅଧିକାଂଶ ଯାତ୍ରୀ ରେଳପଥରେ ଯାତ୍ରା କରିଥାନ୍ତି । ଅନ୍ୟ ଉପାୟ ଅପେକ୍ଷା ଟ୍ରେନ ରେ ଯାତ୍ରା ସହଜ ବୋଲି ଜଣାଯାଏ। ଯଦି ଆପଣମାନେ ଟ୍ରେନ ରେ ଯାତ୍ରା କରୁଛନ୍ତି ତେବେ ଜାଣିରଖନ୍ତୁ କିଛି ବିଶେଷ ନିୟମ । ଯାହା ଆପଣଙ୍କ ପାଇଁ ଅଧିକ ଲାଭଦାୟକ ହେବ । ଏବେ ଆମେ ଆପଣଙ୍କୁ ଟ୍ରେନ ର ସର୍କୁଲାର ଯାତ୍ରା ଟିକେଟ ବିଷୟରେ କହିବାକୁ ଯାଉଛୁ । ଏହି ଟିକେଟ ସାହାଯ୍ୟ ରେ ଆପଣ ଅନେକ ଦିନ ପର୍ଯ୍ୟନ୍ତ ଦୂର କୁ ଯାତ୍ରା କରିପାରିବେ ।
ତେବେ ରେଳବାଇ ଦ୍ବାରା ସର୍କୁଲାର୍ ଯାତ୍ରା ଟିକେଟ ନାମରେ ଏକ ସ୍ଵତନ୍ତ୍ର ଟିକେଟ ପ୍ରଦାନ କରାଯାଇଛି । ଏହା ମାଧ୍ୟମରେ ୮ଟି ବିଭିନ୍ନ ଷ୍ଟେସନ ରୁ ଟିକେଟ ବୁକ୍ କରାଯାଇପାରିବ । ଏହା ପ୍ରାୟତଃ ଭ୍ରମଣ କରିବାକୁ କିମ୍ବା ତୀର୍ଥଯାତ୍ରା କରିବାକୁ ଯେଉଁମାନେ ଭଲ ପାଆନ୍ତି ସେମାନଙ୍କ ଦ୍ଵାରା ବ୍ୟବହୃତ ହୁଏ । ଯେ କୌଣସି ବର୍ଗ ର ଯାତ୍ରା ପାଇଁ ସର୍କୁଲାର୍ ଟିକେଟ କ୍ରୟ କରାଯାଇ ପାରିବ । ଏଥିରେ ଆପଣମାନେ ଯେଉଁଠାରୁ ଯାତ୍ରା ଆରମ୍ଭ କରନ୍ତି ସେହି ସ୍ଥାନରୁ ଆପଣ ଯାତ୍ରା ଶେଷ କରିପାରିବେ । ଏବଂ ସର୍କୁଲାର୍ ଯାତ୍ରା ଟିକେଟ କାଉଣ୍ଟର ଉପରେ ସିଧାସଳଖ କ୍ରୟ କରାଯାଇପାରିବ ନାହିଁ। ଏଥିପାଇଁ ଆପଣଙ୍କୁ ଆବେଦନ କରିବା ପାଇଁ ପଡ଼ିବ ଏହା ସହିତ ଆପଣଙ୍କୁ ଆପଣଙ୍କର ଯାତ୍ରା ମାର୍ଗ ବିଷୟରେ ସଂପୂର୍ଣ୍ଣ ସୂଚନା ଦେବାକୁ ପଡ଼ିବ ।
ସର୍କୁଲାର୍ ଟିକେଟ ର ଅବଧି ୫୬ ଦିନ ଅଟେ ଏବଂ ଏହି ଟିକେଟ ବୁକିଙ୍ଗ୍ କରିବା ସମୟରେ ଯାତ୍ରୀମାନେ ଯେଉଁ ସ୍ଥାନ ରୁ ଯାତ୍ରା ଆରମ୍ଭ କରୁଛନ୍ତି ସେହି ସ୍ଥାନରେ ଯାତ୍ରା ଶେଷ ହେବା ଉଚିତ୍ ।
ଆଉ ଏହି ଟିକେଟ ର ଲାଭ ହେଉଛି ଯେ ଦୀର୍ଘ ଯାତ୍ରା ସମୟରେ ସର୍କୁଲାର୍ ଯାତ୍ରା ଟିକେଟ ନିଆଯାଇ ପାରେ। ଏବଂ ଯଦି ଆପଣ ସର୍କୁଲାର୍ ଟିକେଟ କିଣନ୍ତି ତେବେ ଟିକେଟ ବୁକ୍ କରିବା ପାଇଁ ବାରମ୍ବାର ଷ୍ଟେସନ ରେ ଓହ୍ଲାଇବା ର ଆବଶ୍ୟକତା ନାହିଁ ।

Show More

Related Articles

Back to top button