ସ୍ୱାସ୍ଥ୍ୟ

କୋଭିଡ ଠାରୁ 7 ଗୁଣ ଅଧିକ ମାରାତ୍ମକ ରୋଗ ମାଡି ଆସୁଛି

ଏବେ ବି ବିଶ୍ୱରେ କରୋନା ମହାମାରୀର ପ୍ରଭାବ ଟିକେ କମ ରହିଥିବା ବେଳେ କିଛି ଦେଶର ଲୋକେ ଏବେ ବି ଏହି ମହାମାରୀର ଶିକାର ହେଉଥିବା ଦେଖିବାକୁ ମିଳିଛି । ତେବେ ବର୍ତ୍ତମାନ ସମୟରେ ବିଶେଷଜ୍ଞମାନେ ଏକ ନୂତନ ମହାମାରୀ ନେଇ ଆଶଙ୍କା କରୁଛନ୍ତି, ଯାହା କୋଭିଡ -19 (covid-19)  ଠାରୁ ୭ ଗୁଣ ଅଧିକ ବିପଜ୍ଜନକ ହୋଇପାରେ ବୋଲି ଅନୁମାନ କରାଯାଉଛି। ଏଥିରେ ସଂକ୍ରମିତ ହୋଇ ଅତି କମରେ ୫ କୋଟି ଲୋକ ପ୍ରାଣ ହରାଇବେ ବୋଲି ଅନୁମାନ କରାଯାଉଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏହି ରୋଗକୁ ଏକ୍ସ (x) ନାମରେ ନାମିତ କରିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ପକ୍ଷରୁ କୁହାଯାଇଛି ଯେ, ଏହି ନୂତନ ମହାମାରୀ ଆସୁଛି, ଯାହା କୋଭିଡ଼-୧୯ ( COVID-19) ଠାରୁ ଅଧିକ ମାରାତ୍ମକ ହୋଇପାରେ । ସେହିପରି ଡେଲି ମେଲର ରିପୋର୍ଟ ଅନୁଯାୟୀ, ବିଶେଷଜ୍ଞମାନେ ଏକ୍ସ ( X) ରୋଗ ନେଇ ଚେତାବନୀ ଦେଇ କହିଛନ୍ତି, କୋଭିଡ -19 ମହାମାରୀର ଆରମ୍ଭ ମାତ୍ର।  ଅନ୍ୟପଟେ ବ୍ରିଟେନ୍ ଭ୍ୟାକ୍ସିନ୍ ଟାସ୍କ ଫୋର୍ସର ମୁଖ୍ୟ ଡେମ କେଟ୍ ବିଙ୍ଗହମ୍  ଲୋକଙ୍କୁ ଚେତାବନୀ ଦେଇ କହିଛନ୍ତି, ଯଦି ଏହି ରୋଗ ମହାମାରୀ ରୂପ ନିଏ, ତାହାଲେ ଏଥିରେ ସଂକ୍ରମିତ ହୋଇ ଅତି କମରେ ୫ କୋଟି ଲୋକଙ୍କ ମୃତ୍ୟୁ ହୋଇପାରେ । ଏହାର ମୁକାବିଲା କରିବା ବଡ଼ ଚାଲେଞ୍ଜ ହେବ, କାରଣ ଏହା କୋଭିଡ -19 ଅପେକ୍ଷା ଅଧିକ ମାରାତ୍ମକ ଅଟେ।

କେତେ ବିପଜ୍ଜନକ ଏହି ରୋଗ

କିଟ୍ ବିଙ୍ଗହମ୍ କହିଛନ୍ତି, ଏହି ରୋଗ  କରୋନା ଅପେକ୍ଷା ୭ ଗୁଣ ଅଧିକ ବିପଜ୍ଜନକ ହୋଇପାରେ। ସେ ଆଉ ମଧ୍ୟ କହିଛନ୍ତି, ପରବର୍ତ୍ତୀ ମହାମାରୀ ପୃଥିବୀରେ ଉପସ୍ଥିତ ଥିବା କୌଣସି ଭାଇରସରୁ ଆସିପାରେ । ୧୯୧୮-୧୯ ବର୍ଷରେ ଆସିଥିବା ମହାମାରୀ ପୂର୍ବରୁ ଥିବା କୌଣସି ଜୀବାଣୁ ଦ୍ୱାରା ବ୍ୟାପିଥିଲା  । ସେତେବେଳେ ସମଗ୍ର ବିଶ୍ୱରେ ୫ କୋଟିରୁ ଅଧିକ ଲୋକେ ପ୍ରାଣ ହରାଇଥିଲେ। ତେବେ ବୈଜ୍ଞାନିକମାନେ ଏହି ନୂତନ ଭାଇରସ ବିଷୟରେ ଅଧିକ ତଥ୍ୟ ସଂଗ୍ରହ କରୁଛନ୍ତି।

Show More

Related Articles

Back to top button