Breaking PLUSଦେଶ ବିଦେଶମୁଖ୍ୟ ଖବର

ୟୁକ୍ରେନର 11ଟି ଡ୍ରୋନକୁ ମାରି ଖସାଇଲା ଋଷ

ମସ୍କୋ- ସୋମବାର ବିଳମ୍ବିତ ରାତିରେ ୟୁକ୍ରେନ ଆକ୍ରମଣକୁ ପଣ୍ଡ କରିଛି ଋଷ । ଋଷର ବେଲଗରୋରେଡ୍ ଓ କୁର୍ସକ ଅଞ୍ଚଳରେ ୟୁକ୍ରେନ ଆକ୍ରମଣ କରିବାକୁ ଟାର୍ଗେଟ କରିଥିଲା । ତେବେ ଋଷର ପ୍ରତିରକ୍ଷା ବିଭାଗର ବାୟୁସେନା ୟୁକ୍ରେନର 11ଟି ଡ୍ରୋନକୁ ମାରି ଖସାଇ ଦେଇଛି । ଏନେଇ ଋଷ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ଋଷିଆ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ବେଲଗୋରୋଡରେ ସାତଟି ଏବଂ କୁରସ୍କ ଅଞ୍ଚଳରେ 4ଟି ଡ୍ରୋନକୁମାରି ଖସାଇ ଦିଆଯାଇଛି । ତେବେ କେତେ ଲୋକ ମୃତାହତ ହୋଇଛନ୍ତି ସେ ନେଇ କୌଣସି ସୂଚନା ଦିଆଯାଇନାହିଁ । ଏଠାରେ ସୂଚନାଯୋଗ୍ୟ, ଋଷର ଏହି ଦୁଇଟି ସ୍ଥାନ ୟୁକ୍ରେନର ସୀମାନ୍ତରେ ରହିଛି । ତେବେ ଋଷର ଏହି କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ୟୁକ୍ରେନ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ ।

ମିଡିଆ ରିପୋର୍ଟ ମୁତାବକ ସୋମବାର ଦିନ ମୁତାବକ ଋଷ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ ସହିତ ୟୁକ୍ରେନର ଓଡେସାରେ ଥିବା ଶସ୍ୟ ସଂରକ୍ଷଣ କେନ୍ଦ୍ରକୁ ଟାର୍ଗେଟ କରିଥିଲା । ଏଥିରେ 4 ଜଣଙ୍କର ମୃତ୍ୟୁ ହୋଇଥିଲା।

Show More

Related Articles

Back to top button