Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଏସୀୟ କ୍ରୀଡା-ସିଙ୍ଗାପୁରକୁ ହରାଇଲା ଭାରତୀୟ ପୁରୁଷ ହକି ଟିମ୍

ହାଙ୍ଗଝୋ- ଭାରତୀୟ ପୁରୁଷ ହକି ଟିମ୍ ମଙ୍ଗଳବାର ହାଙ୍ଗଝୋରେ ଚାଲିଥିବା 19ତମ ଏସୀୟ କ୍ରୀଡାରେ ନିଜର ବିଜୟ ଅଭିଯାନ ଜାରି ରଖିଛି । ଭାରତୀୟ ପୁରୁଷ ହକି ଟିମ୍ ଦ୍ୱିତୀୟ ମ୍ୟାଚରେ ସିଙ୍ଗାପୁରକୁ 16-1ରେ ପରାସ୍ତ କରିଛି ।

ଗେମରେ ଭାରତୀୟ ଟିମ୍ ବେଶ୍ ଭଲ ପ୍ରଦର୍ଶନ କରିଥିଲା । ରବିବାର ନିଜର ପ୍ରଥମ ମ୍ୟାଚରେ ଭାରତୀୟ ଟିମ୍ ଉଜବେକିସ୍ତାନକୁ 16-0ରେ ହରାଇଥିଲା । ସିଙ୍ଗାପୁର ବିରୁଦ୍ଧରେ ଭାରତ ତରଫରୁ ହରମନପ୍ରତି ସିଂହ 4ଟି ଓ ମନଦୀପ ସିଂହ 3ଟି ଗୋଲ୍ କରିଥିଲେ । ବରୁଣ ଓ ଅଭିଷେକ ଦୁଇ ଦୁଇଟି ଗୋଲ୍ କରିଥିଲେ । ଲଲିତ ଉପାଧ୍ୟାୟ, ଗୁରଜନ୍ତ ସିଂହ, ଅମିତ ରୋହିଦାସ, ଶରଶେର୍ ସିଂହ ଓ ସୁମିତ ଗୋଟିଏ ଗୋଟିଏ ଗୋଲ୍ କରିଥିଲେ । ସିଙ୍ଗାପୁର ପକ୍ଷରୁ ମୁହମ୍ମଦ କେବଳ ଗୋଟିଏ ଗୋଟିଏ ମାତ୍ର ଗୋଲ୍ କରିଥିଲେ ।

Show More

Related Articles

Back to top button