ମନୋରଞନମନୋରଞ୍ଜନସେଲିବ୍ରିଟି

ଫ୍ୟାନ୍ସଙ୍କୁ ମିଳେ ପ୍ରତି ରବିବାର ମିଳେ ବିଗ ବିଙ୍କ ଝଲକ

ବଲିଉଡ ଇଣ୍ଡଷ୍ଟ୍ରିର ମେଗା ଷ୍ଟାର ଯଥା ପ୍ରସିଦ୍ଧି ଲାଭ କରିଥିବା ଅଭିତାଭ ବଚ୍ଚନ ନିଜ ଆକ୍ଟିଙ୍ଗ ଦ୍ୱାରା ଲୋକମାନଙ୍କ ହୃଦୟରେ ଏକ ଖାସ ସ୍ଥାନ ସୃଷ୍ଟି କରିଛନ୍ତି । ଅମିତାଭଙ୍କ ଫ୍ୟାନମାନେ ସବୁବେଳେ ଅପେକ୍ଷାରେ ଥାନ୍ତି ତାଙ୍କର ଏକ ଝଲକ ପାଇବାକୁ।  ସେଥିପାଇଁ ସେ ସବୁ ରବିବାର ଫ୍ୟାନ ମାନଙ୍କୁ ଦେଖା କରିବାକୁ ପ୍ରତି ରବିବାର ନିଜ ଘର ବାହାରକୁ ଆସଥାନ୍ତି । ତେବେ ଦେଖିବାକୁ ଗଲେ ଫ୍ୟାନ ଏବଂ ବିଗ ବିଙ୍କର ଏହି ଦେଖା ସାକ୍ଷାତକୁ ୪୧ ବର୍ଷ ପୂରଣ ହୋଇଯାଇଛି । ଏହି ଅବସରରେ ବିଗ ବି ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଏହି ଭିଡିଓରେ ଦେଖିବାକୁ ମିଳୁଛି ଫ୍ୟାନ୍ସ ମାନେ ଜଲସା ବାହାରେ ଠିଆ ହୋଇ ବିଗ ବି ଙ୍କ ଅପେକ୍ଷା କରିଛନ୍ତି । ଏହା ପରେ ସୁପରଷ୍ଟାର ବାହାରକୁ ଆସି ଫ୍ୟାନ୍ସ ମାନଙ୍କର ଅଭିବାଦନ ଗ୍ରହଣ କରୁଛନ୍ତି । ଏହି ଭିଡିଓ ପୋଷ୍ଟ କରି ବିଗ ବି ଲେଖିଛନ୍ତି ଏହି ପରମ୍ପରା ୪୧ ବର୍ଷ ହେବ ଚାଲି ଆସୁଛି । ଆଉ କହିଛନ୍ତି “ଏହି ରବିବାର ୪୧ ବର୍ଷ ପୂରଣ ହୋଇଛି । ଏହାକୁ ପ୍ରକାଶ କରିବାକୁ ମୋପାଖରେ ଶବ୍ଦ ନାହିଁ ।” ଏହି ଭିଡିଓଟି ସେୟାର ହେବା ପରେ ଫ୍ୟାନମାନଙ୍କ କମେଣ୍ଟ ଆସିବା ମଧ୍ୟ ଆରମ୍ଭ ହୋଇଯାଇଥିଲା । ତେବେ ସୂଚନା ଅନୁସାରେ ଅମିତାଭ ବଚ୍ଚନ ରବିବାର ଦିନ ତାଙ୍କ ଘର ବାହାରକୁ ଆସି ପ୍ରସଂଶକମାନଙ୍କୁ ଦେଖା କରନ୍ତି । ଏହି ପରମ୍ପରା ୧୯୮୨ରୁ ଚାଲୁଛି । ଏଥି ପାଇଁ ଅନେକ ଫ୍ୟାନ ବହୁ ଦୂରରୁ ଯାତ୍ରା କରି ବିଗବିଙ୍କ ଏକ ଝଲକ ପାଇବାକୁ ଆସୁଛନ୍ତି ।

Show More

Related Articles

Back to top button