Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରରାଜନୀତିସ୍ୱତନ୍ତ୍ର

ଆରବ ଏମିରେଟ୍ସର ପ୍ରତିପକ୍ଷଙ୍କୁ ଭେଟିଲେ ଭାରତର ବୈଦେଶିକ ମନ୍ତ୍ରୀ

ନ୍ୟୁୟର୍କ- ଭାରତର ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ.ଜୟଶଙ୍କର ନ୍ୟୁୟର୍କରେ ସଂଯୁକ୍ତ ଆରବ ଏମିରେଟର ବୈଦେଶିକ ମନ୍ତ୍ରୀ ଶେଖ୍ ଅବଦୁଲା ବିନ୍ ଜାୟଦ ଅଲ୍ ନାହୟାନଙ୍କୁ ସାକ୍ଷାତ କରିଛନ୍ତି । ଏହି ଅବସରରେ ଉଭୟଙ୍କ ମଧ୍ୟରେ ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି ।
ବୈଦେଶିକ ମନ୍ତ୍ରୀ ଜୟଶଙ୍କର ନିଜର ଅଫିସିଆଲ ସାଇଟ୍ ଏକ୍ସରେ ଏହି ଭେଟଘାଟ ନେଇ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ, ଭାରତ ଦ୍ୱିପାକ୍ଷିକ ସହଯୋଗରେ ଦ୍ରୁତ ଅଗ୍ରଗତିକୁ ପ୍ରଶଂସା କରେ । ଏହି ସମୟରେ, ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗରେ ନିୟମିତ ଭାବରେ ଆମେ ନିଜର ମତ ବିନିମୟ କରିବା ପାଇଁ ଅଧିକ ଆବଶ୍ୟକତା ଅଛି ।
ଏଠାରେ ସୂଚନାଯୋଗ୍ୟ, ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଶୁକ୍ରବାରରୁ 9ଦିନିକିଆ ଆମେରିକା ଗସ୍ତରେ ଅଛନ୍ତି । ମିଳିତ ଜାତିସଂଘର ବାର୍ଷିକ ସମ୍ମିଳନୀ ପରେ ଏସ.ଜୟଶଙ୍କର ୱାଶିଂଟନ ଡିସି ଗସ୍ତରେ ଯିବେ ।

Show More

Related Articles

Back to top button