ନିଯୁକ୍ତି

କେନ୍ଦ୍ର ସରକାରଙ୍କ ପକ୍ଷରୁ ବଡ଼ ନିଯୁକ୍ତି

ସମସ୍ତ ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । କର୍ମଚାରୀ ଚୟନ ଆୟୋଗ (ଏସଏସସି) ପକ୍ଷରୁ ଆସିଛି ଏକ ବଡ଼ ନିଯୁକ୍ତି ସୁଯୋଗ । ୭୫,୭୬୮ଟି ପଦ ପୂରଣ ପାଇଁ ଏସଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରାର୍ଥୀଙ୍କୁ ବିଏସଏଫ, ସିଆଇଏସଏଫ, ସିଆରପିଏଫ, ଏସଏସବି, ଆଇଟିବିପି, ଏଆର ଓ ଏସଏସଏଫରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ । ଆସନ୍ତା ନଭେମ୍ବର ମାସ ୨୪ ତାରିଖରୁ ଅନଲାଇନ୍ ଆବେଦନ ଆରମ୍ଭ ହୋଇ ଡିସେମ୍ବର ମାସ ୨୮ ତାରିଖରେ ସମାପ୍ତ ହେବ । ପ୍ରାର୍ଥୀମାନେ ଡିସେମ୍ବର ମାସ ୨୮ ତାରିଖ ସୁଦ୍ଧା ସେମାନଙ୍କର ଅଫଲାଇନ୍ ଚାଲାଣ ଜେନେରେଟ୍ କରିପାରିବେ । ୨୯ ତାରିଖ ସୁଦ୍ଧା ପ୍ରାର୍ଥୀମାନେ ସେମାନଙ୍କର ଅନଲାଇନ୍ ପେମେଣ୍ଟ ଦାଖଲ କରିବେ । ୨୯ ତାରିଖ ମଧ୍ୟରେ ପ୍ରାର୍ଥୀମାନେ ବ୍ୟାଙ୍କର କାର୍ଯ୍ୟ ସମୟ ମଧ୍ୟରେ ଚାଲାଣ ପେମେଣ୍ଟ କରିପାରିବେ । ଆସନ୍ତା ବର୍ଷ ଫେବୃଆରୀ ମାସରେ କମ୍ପ୍ୟୁଟର ବେସଡ ପରୀକ୍ଷା ଆୟୋଜିତ ହେବ । ଚଳିତ ବର୍ଷ ଅଗଷ୍ଟ ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ୧୮ରୁ ୨୩ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଅନ୍ୟ ପଛୁଆ ବର୍ଗ (ଓବିସି), ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି), ଏକ୍ସ-ସର୍ଭିସମେନଙ୍କ ପାଇଁ ନିୟମ ମୁତାବକ ବୟସ କୋହଳ କରାଯିବ । ମହିଳା, ଏସସି, ଏସଟି ଓ ଏକ୍ସ-ସର୍ଭିସମେନଙ୍କ ବ୍ୟତୀତ ଅନ୍ୟ ସମସ୍ତ ପ୍ରାର୍ଥୀଙ୍କୁ ୧୦୦ ଟଙ୍କାର ଆବେଦନ ଫିସ୍ ଦେବାକୁ ପଡ଼ିବ । ପେମେଣ୍ଟ ଏସବିଆଇ ଚାଲାଣ/ ଏସବିଆଇ ନେଟ୍ ବ୍ୟାଙ୍କିଂ, ଭିସା, ମାଷ୍ଟରକାର୍ଡ, ମାଇଷ୍ଟ୍ରୋ, ରୁପେ କ୍ରେଡିଟ କିମ୍ବା ଡେବିଟ୍ କାର୍ଡ ମାଧ୍ୟମରେ ଗ୍ରହଣ କରାଯିବ ।

Show More
Back to top button