Breaking PLUSଓଡ଼ିଶାନିଯୁକ୍ତି

ଓଡିଶା ହାଇକୋର୍ଟ ପକ୍ଷରୁ ଜାରିହେଲା ବିଜ୍ଞପ୍ତି

ଚଳିତ ମାସ ପହିଲାରେ ଓଡ଼ିଶା ହାଇକୋର୍ଟ ପକ୍ଷରୁ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ପଦ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଏହା ମଧ୍ୟରେ ପୁଣି ଆସିଛି ଆଉ ଏକ ଚାକିରି ସୁଯୋଗ । ଜାରି ହୋଇଛି ଆଉ ଏକ ନିଯୁକ୍ତି ବିଜ୍ଞପ୍ତି । ପ୍ରାର୍ଥୀଙ୍କୁ ଜୁନିୟର ଷ୍ଟେନୋଗ୍ରାଫର ପଦରେ ନିଯୁକ୍ତି ଦିଆଯିବ ।ଗତ ନଭେମ୍ବର ମାସ ୨ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ଯାହାକି ୧୬ ତାରିଖରେ ସମାପ୍ତ ହେବ । ପ୍ରାର୍ଥୀଙ୍କୁ ୨୫,୫୦୦- ୮୧,୧୦୦ ଲେବଲ-୭ ପେ’ ସ୍କେଲରେ ବେତନ ପ୍ରଦାନ କରାଯିବ । ମୋଟ ୩୬ଟି ପଦ ଖାଲି ରହିଥିବା ବେଳେ ୟୁଆରଙ୍କ ପାଇଁ ୧୧ଟି, ସାମାଜିକ ଓ ଆର୍ଥକ ପଛୁଆ ଶ୍ରେଣୀ (ଏସଇବିସି)ଙ୍କ ପାଇଁ ୫ଟି, ଅନୁସୂଚିତ ଜାତି (ଏସସି)ଙ୍କ ପାଇଁ ୮ଟି, ଅନୁସୂଚିତ ଜନଜାତି (ଏସଟି)ଙ୍କ ପାଇଁ ୧୨ଟି ପଦ ଖାଲି ରହିଛି । ତେବେ ଉକ୍ତ ପଦବୀ ନିମନ୍ତେ ଚଳିତ ମାସ ୨ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୨୧ ଓ ସର୍ବାଧିକ ବୟସ ୩୨ ବର୍ଷ ହୋଇଥିବା ଆବଶ୍ୟକ । ଏସସି, ଏସଟି, ଏସଇବିସି ଓ ମହିଳା ପ୍ରାର୍ଥୀଙ୍କ ପାଇଁ ୫ ବର୍ଷ ଓ ପିଡବ୍ଲ୍ୟୁଡି ପ୍ରାର୍ଥୀଙ୍କ ପାଇଁ ୧୦ ବର୍ଷର ବୟସ କୋହଳ କରାଯିବ । ପ୍ରାର୍ଥୀ ଯେ କୌଣସି ସ୍ୱିକୃତୀପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ପାସ କରିବା ସହିତ ମିନିଟକୁ ଶର୍ଟହାଣ୍ଡରେ ୮୦ଟି ଶବ୍ଦ ଓ ୪୦ଟି ଶବ୍ଦ ଟାଇପିଂ କରିପାରୁଥିବେ । ଏଥିସହିତ କମ୍ପ୍ୟୁଟର ଆପ୍ଲିକେସନରେ ଆବଶ୍ୟକ ଜ୍ଞାନ ରହିଥିବା ଆବଶ୍ୟକ । ଏଥିପାଇଁ ପ୍ରାର୍ଥୀଙ୍କୁ ଇଂରାଜୀ ବିଷୟ ଟେଷ୍ଟ, କମ୍ପ୍ୟୁଟର ଆପ୍ଲିକେସନ ଟେଷ୍ଟ ସହିତ ଦକ୍ଷତା ଟେଷ୍ଟରେ କ୍ୱାଲିଫାଏ କରିବାକୁ ପଡ଼ିବ ।

Show More

Related Articles

Back to top button