ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

କିସମିସ ଖାଇବା ଦ୍ୱାରା କଣ ଲାଭ ହୋଇଥାଏ ପଢନ୍ତୁ ସମ୍ପୂର୍ଣ୍ଣ ଖବର

କିସମିସର ଅନେକ ଗୁଡିଏ ଉପକାରିତା ଗୁଣ ଅଛି। ଏହା ସ୍ୱାସ୍ଥ୍ୟ ପାଇଁ ଅନେକ ଗୁଣ ରେ ଲାଭଦାୟକ। ଅଙ୍ଗୁର ଟି ଶୁଖିଯିବା ପରେ କିସମିସ ହୋଇଥାଏ । ଏହା ସ୍ବାସ୍ଥ୍ୟ ରେ ଉନ୍ନତି ଆଣିଥାଏ। କାରଣ ଏଥିରେ ଥିବା ପୋଟାସିୟମ ରକ୍ତଚାପ କୁ ସନ୍ତୁଳିତ କରିବାରେ ସାହାଯ୍ୟ କରେ । ଏହା ବ୍ୟତୀତ ଏଥିରେ ଥିବା ଫାଇବର ହଜମ କ୍ରିୟାକୁ ଉନ୍ନତ କରିବା ସହ କୋଷ୍ଠ କଠିନ୍ୟ ସମସ୍ୟା କୁ ମଧ୍ୟ ଦୂର କରିଥାଏ । କେବଳ ଏତିକି ନୁହେଁ କିସମିସ ରେ ଥିବା କ୍ୟାଲସିୟମ ହାଡ଼ କୁ ମଜଭୁତ ରଖେ ଏବଂ ଏଥିରେ ଥିବା ଭିଟାମିନ ଆଖିର ସୁରକ୍ଷା ପାଇଁ ସହାୟକ ହୋଇଥାଏ ।
ଆହୁରି ମଧ୍ୟ କିସମିସ ରେ ଥିବା ଆଇରନ ଗୁଣ ରକ୍ତର ଅଭାବକୁ ପୂରଣ କରିଥାଏ । ଭିଟାମିନ C ରୋଗ ପ୍ରତିରୋଧକ ଶକ୍ତି କୁ ବଢ଼ାଇବାରେ ସାହାଯ୍ୟ କରେ । ଏବଂ ଏଥିରେ ଥିବା ଗ୍ଲୁକୋଜ ଶରୀରକୁ ଶୀଘ୍ର ଶକ୍ତି ଯୋଗାଇଥାଏ ଏବଂ ଅନ୍ୟ ଉପକାରୀ ଉପାଦାନ ଗୁଡ଼ିକ ଚର୍ମ କୁ ସୁସ୍ଥ ରଖେ ।


ଆହୁରି ମଧ୍ୟ କଳା କିସମିସ ପୁରୁଷମାନଙ୍କ କ୍ଷେତ୍ରରେ ଅଧିକ ଲାଭଦାୟକ ହୋଇଥାଏ ।ଏହା ଖାଇବା ଦ୍ଵାରା ପୁରୁଷ ମାନଙ୍କ ର ଶୁକ୍ରାଣୁ ସଂଖ୍ୟା ବୃଦ୍ଧିରେ ସହାୟକ ହୋଇଥାଏ । କାରଣ କଳା କିସମିସ ରେ ଆର୍ଜିନାଇନ ନାମକ ଏକ ଆମିନୋ ଏସିଡ ଥାଏ। ଯାହାକି ଶୁକ୍ରାଣୁ ଗଣନା ଏବଂ ଗୁଣରେ ଉନ୍ନତି ଆଣିବାରେ ସାହାଯ୍ୟ କରେ । ଏଥିରେ ପୋଷକତତ୍ଵ ଭରପୁର ଥିବା ହେତୁ ଏହା ଖାଇବା ଦ୍ଵାରା ଶରୀରକୁ ତତକ୍ଷଣାତ୍ ଶକ୍ତି ମିଳିବା ସହ ଶରୀରକୁ ଶକ୍ତି ଦେବାରେ ସାହାଯ୍ୟ କରିଥାଏ। ଆଉ ମଧ୍ୟ ଏଥିରେ ଥିବା କାର୍ବୋହାଇଡ୍ରେଟ ଭୋକ ବଢ଼ାଇବାରେ ସହାୟକ ହୋଇଥାଏ । ଯଦି ଆପଣ ମାନେ କେହି କମ୍ ଭୋକିଲା ଅନୁଭବ କରୁଛନ୍ତି ତେବେ ଖାଦ୍ୟ ରେ କିସମିସ କୁ ଖାଇବାକୁ ଭୁଲନ୍ତୁ ନାହିଁ । କିସମିସ କୁ ଭଲ ଭାବେ ଧୋଇ କରି ପାଣିରେ ଭିଜେଇ ଦେବେ ଏହା ଫୁଲିଯିବା ପରେ ଏହାକୁ ପାଣିରୁ ବାହାର କରି ଖାଆନ୍ତୁ। ଯାହା ସ୍ଵାଦିଷ୍ଟ ଏବଂ ଶରୀର ପାଇଁ ଉପଯୋଗୀ । ତେବେ ପ୍ରତ୍ୟେକ ଦିନ କିସମିସ ଖାଇବା ଶରୀର ପାଇଁ ବହୁତ ଭଲ ।

Show More

Related Articles

Back to top button