Breaking PLUSଦେଶରାଜନୀତି

କେନ୍ଦ୍ରମନ୍ତ୍ରୀଙ୍କ ଘରେ ହତ୍ୟାକାଣ୍ଡ, 3 ଅଟକ

ନୂଆଦିଲ୍ଲୀ :କେନ୍ଦ୍ରମନ୍ତ୍ରୀ କୌଶଲ କିଶୋରଙ୍କ ଘରେ ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି। ଗୁଳିମାଡ଼ରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅର ସାଙ୍ଗ ବିନୟ ଶ୍ରୀବାସ୍ତବଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଘଟଣାସ୍ଥଳରୁ କେନ୍ଦ୍ରମନ୍ତ୍ରୀଙ୍କ ପୁଅର ଲାଇସେନ୍ସପ୍ରାପ୍ତ ବନ୍ଧୁକ ଜବତ ହୋଇଛି। ଏହି ଘଟଣାରେ ୩ ଜଣଙ୍କୁ ପୁଲିସି ଅଟକ ରଖି ପଚରାଉଚରା କରୁଛି ।

ଏହି ହତ୍ୟାକାଣ୍ଡ ଠାକୁରଗଞ୍ଜ ଥାନା ଅନ୍ତର୍ଗତ ବେଗରିଆରେ ଥିବା ପୈତୃକ ବାସଭବନରେ ଘଟିଛି । ଏଠାରେ ବିନୟ ଶ୍ରୀବାସ୍ତବଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।

ଘଟଣାସ୍ଥଳରୁ ଗୋଟାଏ ପିସ୍ତଲ୍‌ ଉଦ୍ଧାର କରାଯାଇଛି ଓ ସେଠାରେ ଥିବା ‘ସିସିଟିଭି’ର ଫୁଟେଜ୍‌ ଯାଞ୍ଚ କରାଯିବ ବୋଲି ପୁଲିସ କହିଛି।

ଜଣେ ପଦସ୍ଥ ପୁଲିସ ଅଧିକାରୀ କହିଛନ୍ତି, ବିନୟ ଶ୍ରୀବାସ୍ତବ ନାମରେ ଜଣେ ବ୍ୟକ୍ତିଙ୍କୁ ଗୁଳିମାରି ହତ୍ୟା କରାଯାଇଛି। ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ତାଙ୍କ ସହିତ ୬ଜଣ ଲୋକ ଥିଲେ। ସେମାନେ ରାତ୍ର ଭୋଜନ କରିସାରିବା ପରେ ଗୁଳିକାଣ୍ଡ ଘଟଣା ଘଟିଛି। ସେଠାରୁ ଉଦ୍ଧାର କରାଯାଇଥିବା ପିସ୍ତଲଟି ବିକାଶ କିଶୋରଙ୍କର। ଫୋରେନ୍‌ସିକ୍‌ ଟିମ୍‌ ଓ ତଦନ୍ତକାରୀମାନେ ତଦନ୍ତ ଚଳାଇଛନ୍ତି। ମୃତ ବ୍ୟକ୍ତିଙ୍କ ପରିବାର ଲୋକେ ଅଭିଯୋଗ ଦାଏର କରିବା ପରେ ମାମଲା ରୁଜୁ କରାଯାଇଛି।

Show More

Related Articles

Back to top button