ସ୍ୱତନ୍ତ୍ର

କିଭଳି ରିକଭର କରିବେ ହ୍ୱାଟ୍ସଆପରେ ଡିଲିଟ ହୋଇଥିବା ମେସେଜ

WhatsApp ଏକ ପପୁଲାର ମେସେଜିଙ୍ଗ ଆପ । ସାରା ଦୁନିଆର କୋଟି କୋଟି ଲୋକ ଏହି ପ୍ଲାଟଫର୍ମକୁ ବ୍ୟବହାର କରୁଛନ୍ତି । ଦିନକୁ ଦିନ WhatsApp ବ୍ୟବହାରକାରୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ପାଖା ପାଖି ୨ ବିଲିୟନ ଲୋକ WhatsApp ଆପ ବ୍ୟବହାର କରୁଥିବା କଥା ଏକ ସୂଚନାରୁ ପ୍ରକାଶ ହୋଇଛି। ଆପଣ ମାନେ ଜାଣିଥିବେ WhatsApp  ସବୁ ବେଳେ ତାହାର ୟୁଜର ମାନଙ୍କ ପାଇଁ ନୂଆ ନୂଆ ଫିଚର ମଧ୍ୟ ଆଣିଥାଏ । ଯାହା ଫଳରେ ଏଠାରେ ୟୁଜରମାନେ ତାଙ୍କ ଏକ୍ସପିରିଏନ୍ସ କରିପାରିବେ । WhatsApp ର ଫିଚର ମାନଙ୍କ ମଧ୍ୟରୁ ଗୋଟିଏ ହେଉଛି “Delete for Everyone ” ଫିଚର । ଏହା ଦ୍ୱାରା ମେସେଜ ପଠାଇଥିବା ବ୍ୟକ୍ତି ଏବଂ ମେସେଜ ରିସିଭ କରିଥିବା ବ୍ୟକ୍ତି ଦୁଇ ତରଫୁରୁ ମେସେଜ ଡିଲିଟ ହୋଇଥାଏ । ଏହା ଆସିବା ପରେ ୟୁଜର ମାନେ ଟିକେ ଆଶ୍ୱସ୍ଥି ପାଇଥିଲେ । ଯଦି କୌଣସି ମେସେଜ ଭୁଲରେ କାହାପାଖକୁ ପଳାଏ ତେବେ ଆପଣ ତାହାକୁ ଡିଲିଟ କରି ପାରିବେ । ଏହା ପରେ ଅନେକ ଲୋକ ଡିଲିଟ ମେସେଜ ଦେଖି ମଧ୍ୟ ଚିନ୍ତାରେ ପଡନ୍ତି କିଏ କ’ଣ ପଠାଇଥିଲା ଏବଂ କାହିକି ଡିଲିଟ କଲା । କିନ୍ତୁ ଏବେ ଚିନ୍ତା କରନ୍ତୁ ନାହିଁ । କାରଣ WhatsApp ଏହାର ମଧ୍ୟ ଉପାୟ ବାହାର କରିଛି । କଣ ଆପଣ ଜାଣିଛନ୍ତି କାହା ଦ୍ୱାରା ଡିଲିଟ କରାଯାଇଥିବା ମେସେଜକୁ କିପରି ପଢି ପାରିବେ । ତେବେ ଡିଲିଟ ମେସେଜକୁ ପଢିବା ପାଇଁ ଆପଣଙ୍କୁ କୌଣସି ଆପ୍ଲିକେସନ ମଧ୍ୟ ଡାଉନଲୋଡ କରିବାକୁ ପଡିବ ନାହିଁ । ଏଥି ପାଇଁ ଆପଣଙ୍କୁ ସେଟିଙ୍ଗରେ କିଛି ପରିବର୍ତ୍ତନ କରିବାକୁ ପଡିବ ।

. ପ୍ରଥମେ ଆପଣ ଆପଣଙ୍କ ସ୍ମାଟଫୋନ ସେଟିଙ୍ଗକୁ ଯାନ୍ତୁ ।
. ଏବେ ସ୍କ୍ରଲ କରି ତଳକୁ ଆସନ୍ତୁ ଏବଂ ନୋଟିଫିକେସନ ଅପସନକୁ ସିଲେକ୍ଟ କରନ୍ତୁ ।
. ନୋଟିଫିକେସନରେ ଆପଣଙ୍କୁ ମୋର ସେଟିଙ୍ଗର ଅପସନ ମିଳିବ, ସେଠାରେ କ୍ଲିକ କରନ୍ତୁ ।
. ଏବେ ଏଠାରେ ଆପଣଙ୍କୁ ନୋଟିଫିକେସନ ହିଷ୍ଟ୍ରିର ଅପସନ ମିଳିବ ।
. ନୋଟିଫିକେସନ ହିଷ୍ଟ୍ରି ଉପରେ କ୍ଲିକ କରିବା ପରେ ତାହାକୁ ଏନାବଲ କରିବାକୁ ପଡିବ ।
. ଏହା ପରେ ଆପଣ ସେହି ନୋଟିଫିକେସକୁ ପଢି ପାରିବେ ଯାହା ଆଣଙ୍କର ଡିଲିଟ ହୋଇଥିଲା ।

Show More

Related Articles

Back to top button