ମନୋରଞନମନୋରଞ୍ଜନ

ଏଥର ଶିବଙ୍କ ରୂପରେ ନଜର ଆସିବେ ପ୍ରଭାସ

ପୁଣିଥରେ ପୌରାଣିକ ବିଷୟବସ୍ତୁକୁ ନେଇ ପରଦାକୁ ଆସୁଛନ୍ତି ବାହୁବଳୀ ହିରୋ ପ୍ରଭାସ । ଆଦିପୁରୁଷରେ ‘ରାଘବ’ଚରିତ୍ର ପରେ ଏବେ ଦେବ ଦେବ ମହାଦେବଙ୍କ ରୂପରେ ନଜର ଆସିବେ । ୬୦୦ କୋଟିରେ ପ୍ରସ୍ତୁତ ‘ଆଦିପୁରୁଷ’ ବକ୍ସ ଅଫିସରେ ସମ୍ପୂର୍ଣ୍ଣ ଫ୍ଲପ ସାବ୍ୟସ୍ତ ହେବା ପରେ ପ୍ରଭାସ ଏବେ ମହାଦେବଙ୍କ ରୁଦ୍ର ଅବତାରରେ ପେରୁଛନ୍ତି । ତେବେ ପ୍ରଭାସଙ୍କ ଏହି ନୂଆ ସିନେମାକୁ ନେଇ ଘୋଷଣା ହୋଇ ସାରିଛି । ଆଦିପୁରୁଷ ଫ୍ଲପ ହେଲେ ବି ପ୍ରଭାସ ପୁଣିଥରେ ଦମଦାର କମବ୍ୟାକ କରିବେ ବୋଲି ଆଶା ରଖିଛନ୍ତି କୋଟି କୋଟି ପ୍ରଶଂସକ ।

ବର୍ତ୍ତମାନ ବାହୁବଳୀ ଷ୍ଟାର ପ୍ରଭାସ ନିଜର ଅପକମିଙ୍ଗ ସିନେମା ‘ପ୍ରୋଜକ୍ଟ କେ’ଏବଂ ‘ସାଲାର’କୁ ନେଇ ବେଶ୍ ଚର୍ଚ୍ଚାରେ ରହିଛନ୍ତି । କିନ୍ତୁ ଏହା ଭିତରେ ଖବର ଆସିଛି ଯେ, ଆଉ ଏକ ନୂଆ ସିନେମାରେ ନଜର ଆସିବେ ପ୍ରଭାସ । ଯେଉଁ ଚଳଚ୍ଚିତ୍ରରେ ସେ ଭଗବାନ ଶିବଙ୍କ ଅବତାର ନେଇପାରନ୍ତି ବୋଲି ଜାଣିବାକୁ ମିଳିଛି । ତେବେ ‘ଆଦିପୁରୁଷ’ର ଅବସ୍ଥାକୁ ନେଇ ଲୋକଙ୍କ ମନରେ ଟିକିଏ ଆଶଙ୍କା ଦେଖା ଦେଇଛି । ପ୍ରଭାସଙ୍କ ଏହି ସିନେମାରେ ତେଲୁଗୁ ଷ୍ଟାର ବିଷ୍ଣୁ ମାଞ୍ଚୁ ମଧ୍ୟ ନଜର ଆସିବେ । ପ୍ରଭାସଙ୍କ ଏହି ନୂଆ ସିନେମାର ନାଁ ହେଉଛି, ‘କନ୍ନପ୍ପା- ଏ ଟ୍ରୁ ଏପିକ ଇଣ୍ଡିଆନ୍ ଟେଲ’ । ତେବେ ପ୍ରଭାସଙ୍କ ବ୍ୟତୀତ କ୍ରିତି ସାନନଙ୍କ ଭଉଣୀ ନୁପୁର ସାନନ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ ବୋଲି ଶୁଣାଯାଉଛି । ଟ୍ରେଡ ଆନାଲିଷ୍ଟ ଏବଂ ଫିଲ୍ମ କ୍ରିଟିକ ମନୋବାଳା ଏବଂ ରମେଶ ବାଳା ଏନେଇ ଏକ୍ସ(ଟ୍ୱିଟର)ରେ ସୂଚନା ଦେଇଛନ୍ତି ।

ପ୍ରଭାସ ଏବଂ ବିଷ୍ଣ ମାଞ୍ଚୁଙ୍କ ସହ ଏକ ଫଟୋ ସେୟାର କରି ରମେଶ ବାଳା ଲେଖିଛନ୍ତି ଯେ, ବିଶ୍ୱସ୍ତ ଖବର ଅନୁସାରେ, ରିବେଲ ଷ୍ଟାର ପ୍ରଭାସ, ଅଭିନେତା ବିଷ୍ଣୁ ମାଞ୍ଚୁଙ୍କ ଡ୍ରିମ ପୋଜେକ୍ଟ ‘କନ୍ନପ୍ପା- ଏ ଟ୍ରୁ ଏପିକ ଇଣ୍ଡିଆନ୍ ଟେଲ୍’ରେ ଏକ ପ୍ରମୁଖ ମହତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଇବେ ।ତେବେ ଏହି ପୋଷ୍ଟକୁ ରିପୋଷ୍ଟ କରି ବିଷ୍ଣୁ ମାଞ୍ଚୁ ‘ହର୍ ହର୍ ମହାଦେବ, କନ୍ନପ୍ପା’ ଲେଖି ପୋଷ୍ଟ କରିଛନ୍ତି । ତେବେ ଏହି ଖବର ସତ ହେଲେ, ପ୍ରଭାସ ତୃତୀୟ ଥର ପାଇଁ ଭଗବାନଙ୍କ ଚରିତ୍ରରେ ନଜର ଆସିବେ । ପ୍ରଥମେ ‘ଆଦିପୁରୁଷ’ରେ ରାଘବଙ୍କ ଚରିତ୍ରରେ ନଜର ଆସିଥିବା ପ୍ରଭାସଙ୍କ ଭୂମିକା ‘ପ୍ରୋଜେକ୍ଟ କେ’ରେ ମଧ୍ୟ ବିଷ୍ଣୁଙ୍କ ଅବତାର ଉପରେ ଆଧାରିତ ରହିଛି। ତେବେ ଏହାପରେ କନ୍ନପ୍ପାରେ ତୃତୀୟ ଥର ପାଇଁ ଭଗବାନଙ୍କ ଅବତାରରେ ନଜର ଆସିପାରନ୍ତି ବାହୁବଳୀ ଷ୍ଟାର ପ୍ରଭାସ ।

 

Show More

Related Articles

Back to top button