Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ନରୋଲାରେ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ଉତ୍ତର ନରୋଲା ଇଣ୍ଡଷ୍ଟ୍ରିଆଲ ଅଞ୍ଚଳରେ ଥିବା ଏକ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟିଛି । ସୋମବାର ସକାଳେ ହଠାତ୍ ଫ୍ୟାକ୍ଟ୍ରିରେ ନିଆଁ ଲାଗିଯାଇଥିଲା । ଖବର ପାଇବା ପରେ ସ୍ଥାନୀୟ ପୋଲିସ ଓ ଦମକଳ ବାହିନୀର 15ଟି ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାମ ଆରମ୍ଭ କରିଥିଲେ । ତେବେ ଅଗ୍ନିକାଣ୍ଡ ଯୋଗୁ କେହି ମୃତାହତ ହୋଇନାହାନ୍ତି ।

ଦମକଳ ବାହିନୀ ନିର୍ଦ୍ଦେଶକ ଅତୁଲ ଗର୍ଗଙ୍କ ସୂଚନା ମୁତାବକ, ସୋମବାର ସକାଳ ପ୍ରାୟ 6ଟା 10 ମିନିଟ ସମୟରେ ନରୋଲାର ଭୋରଗଡ ସ୍ଥିତ ଏକ ଫ୍ୟାକ୍ଟ୍ରିରେ ନିଆଁ ଲାଗିବା ନେଇ ଦମକଳ ବାହିନୀକୁ ଖବର ମିଳିଥିଲା । ଖବର ପାଇବା ମାତ୍ରେ ହିଁ ଗୋଟିଏ ଗୋଟିଏ କରି 15ଟି ଗାଡିକୁ ଘଟଣାସ୍ଥଳକୁ ପଠାଯାଇଥିଲା ।

ଦମକଳ ବାହିନୀର ସୂଚନା ମୁତାବକ ଏକ ପ୍ଲାଷ୍ଟିକ ଫ୍ୟାକ୍ଟ୍ରିରେ ନିଆଁ ଲାଗିଥିଲା । ଏହି ଫ୍ୟାକ୍ଟ୍ରି ଦୁଇ ମହଲା ବିଶିଷ୍ଟ ଘରେ ଚାଲିଥିବା ବେଳେ ନିଆଁ ଦୁଇଟି ଯାକ ମହଲାରେ ବ୍ୟାପିଥିଲା । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡିନଥିବା ବେଳେ ପୋଲିସ ଏହାର ଛାନଭିନ କରୁଛି ।

Show More

Related Articles

Back to top button