Breaking PLUSଦେଶମୁଖ୍ୟ ଖବର

ଉତ୍ତରପ୍ରଦେଶରେ ଲଗାଣ ବର୍ଷା ଯୋଗୁ ସ୍କୁଲ ଛୁଟି

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଲଗାଣ ବର୍ଷା ଯୋଗୁ ସାଧାରଣ ଜୀବନ ଯାତ୍ରା ଠପ୍ ହୋଇପଡିଛି । ରବିବାର ରାତିରୁ ଅନେକ ଜିଲ୍ଲାରେ ମୂଷଳଧାରାରେ ବର୍ଷା ଲାଗିରହିଛି । ପାଣିପାଗ ବିଭାଗର ଆଲର୍ଟ ପରେ ପ୍ରବଳ ବର୍ଷା ଯୋଗୁ ଜିଲ୍ଲାପାଳ ସୂର୍ଯ୍ୟପାଳ ଗଙ୍ଗୱାର ଦ୍ୱାଦଶ ପର୍ଯ୍ୟନ୍ତ ସମସ୍ତ ବୋର୍ଡର ସ୍କୁଲ ସୋମବାର ଦିନ ଛୁଟି ଘୋଷଣା କରିଛନ୍ତି ।

ସ୍କୁଲ ଛୁଟି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତରଫରୁ ଚିଠି ଜାରି କରାଯାଇଛି । ଘଡଘଡି ବିଜୁଳି ସହ ପ୍ରବଳ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ । ରବିବାର ରାତିରେ ବର୍ଷା ଆରମ୍ଭ ହୋଇଥିଲେ ବି କମିବାର ନାଁ ନେଉନାହିଁ । ଲଗାଣ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟା ଉପୁଜିଛି । ତେଣୁ ଘରୁ ନବାହାରିବାକୁ ଲୋକଙ୍କ ପରାମର୍ଶ ଦିଆଯାଇଛି ।

Show More

Related Articles

Back to top button