ଓଡ଼ିଶା

ଜି-20 ବୈଠକ ପରେ କେନ୍ଦ୍ର ସରକାରଙ୍କୁ ପ୍ରଶଂସା କଲେ ଶଶୀ ଥରୁର

ଜି-୨୦ ବୈଠକ ପରେ କେନ୍ଦ୍ର ସରକାର ‘ନୂଆଦିଲ୍ଲୀ ଘୋଷଣାନାମା’ ଜାରି କରିଛନ୍ତି । ଏବେ ଏହି ଘୋଷଣାନାମାକୁ କଂଗ୍ରେସର ବରିଷ୍ଠ ନେତା ଶଶୀ ଥରୁର ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ଜି-୨୦ ବୈଠକ ହେବ ଓ ନେତା ଏକାଠି ହେବେ ବୋଲି ବିଶ୍ୱାସ ଥିଲା । କିନ୍ତୁ ଏହି ଅବସରରେ ବିଭିନ୍ନ ଦେଶର ନେତାଙ୍କୁ ଡାକି ଭାରତ ଦ୍ୱିପାକ୍ଷିକ ବୈଠକ କରିବା ଏବଂ ମିଳିତ ବିବୃତି ଜାରି କରିବା ଏହା ଭାରତର କୂଟନୀତିକ ବିଜୟ। ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଭାରତ ଦୁଇ ଦେଶ ସହ କୌଣସି ସମ୍ପର୍କ ଖରାପ ନକରି ସମାନ୍ତରଳ ଭାବେ କୂଟନୀତିକ ସମ୍ପର୍କ ଜାରି ରଖିଛି । ୟୁରୋପୀୟ ସଂଘ ଯଦିଓ ଭାରତର ଏପରି ସମ୍ପର୍କକୁ ନେଇ ବିଭିନ୍ନ ସମୟରେ ଆପତି କରିଛି । ଏପରି ସ୍ଥିତିରେ ମଧ୍ୟ ଭାରତ ବିଶ୍ୱର ପ୍ରମୁଖ ନେତାଙ୍କୁ ଡାକି ଗୋଟିଏ ମଂଚରେ ଛିଡା କରିବାରେ ସକ୍ଷମ ହୋଇଛି । ଚୀନ୍ ଓ ରୁଷର ପ୍ରଧାନମନ୍ତ୍ରୀ ଆସିନଥିଲେ ସତ୍ତ୍ୱେ ମଧ୍ୟ ଦୁଇ ଦେଶର ମନ୍ତ୍ରୀ ଆସିଥିଲେ । ଏପରି କରି ଭାରତର ଯେଉଁ ସବୁ ଦେଶ ସହ ସଂପର୍କରେ ଫାଟ ଥିଲା ତାକୁ ତାଳି ପକାଇଛି । ଥରୁର କହିଛନ୍ତି ଯେ ସରକାର ଏହାକୁ ପ୍ରକୃତରେ ‘ପିପୁଲ୍ସ ଜି -୨୦’ରେ ପରିଣତ କରିଛନ୍ତି । ବିଶ୍ୱ ନେତାଙ୍କ ଏହି ବିଶାଳ ସମ୍ମିଳନୀକୁ ଏକ ସଫଳତାରେ ପରିଣତ କରିବାକୁ ଶାସକ ବିଜେପି ଉଦ୍ୟମ କରିଛି । କେବଳ ଏତିକି ନୁହେଁ ଅନେକ ଦେଶ ଜି-୨୦ର ଅଧ୍ୟକ୍ଷତା କରିଛନ୍ତି କିନ୍ତୁ ଭାରତ ଏପରି କରିଛି ଯାହା ପୂର୍ବ ଜି -୨୦ ଆୟୋଜକମାନେ କରିନାହାନ୍ତି ।

Show More

Related Articles

Back to top button