Breaking PLUSଦେଶସ୍ୱାସ୍ଥ୍ୟ

କ୍ୟାନସର ପାଇଁ ବିକ୍ରି ହେଉଛି ନକଲି ଔଷଧ

ଭାରତର ବଜାରରେ ଲିଭର ଏବଂ କ୍ୟାନସର ରୋଗୀଙ୍କ ପାଇଁ ନକଲି ଔଷଧ ସହ ଇଞ୍ଜକସନ ବିକ୍ରି ହେଉଛି । ଏନେଇ ଡିସିଜିଆଇ ସୂଚନା ଦେଇଛନ୍ତି । ଏଥିସହିତ ନକଲି ଔଷଧ ଏବଂ ଇଞ୍ଜକସନ ଉପରେ କଡ଼ା ନଜର ରଖିବା ପାଇଁ ମଧ୍ୟ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ପରାମର୍ଶ ଦିଆଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ନକଲି ଔଷଧକୁ ନେଇ କିଛିଦିନ ପୂର୍ବରୁ ଆଲର୍ଟ ଜାରି କରିଥିଲା । ତେବେ ଏନେଇ ଡିସିଜିଆଇ ଗତ ୫ ତାରିଖରେ କହିଥିଲେ ଯେ, ଭାରତ ସମେତ ୪ଟି ଦେଶରେ ଏଭଳି କାରବାର ଚାଲିଛି । ଏହି ସବୁ ନକଲି ଔଷଧକୁ ଏକ ଘରୋଇ ଫାର୍ମାସ୍ୟୁଟିକାଲ କମ୍ପାନି ତିଆରି କରୁଛି ।

ନକଲି ଔଷଧକୁ ରୋଗୀମାନଙ୍କୁ ଘରୋଇ ଭାବରେ ପ୍ରଦାନ କରିବା ସହ ଅନଲାନ ମାଧ୍ୟମରେ ମଧ୍ୟ ବହୁଳ ପରିମାଣରେ ଯୋଗାଇ ଦିଆଯାଉଛି । ଏହି ସମସ୍ୟାକୁ କେନ୍ଦ୍ର କରି ଡିସିଜିଆଇ ଡ୍ରଗ୍ସ କଣ୍ଟ୍ରୋଲରଙ୍କୁ ଚିଠି ଲେଖିଛନ୍ତି । ସେହି ଚିଠିରେ ୮ଟି ଔଷଧର ଭିନ୍ନ ଭର୍ସନ ବିକ୍ରି କରାଯାଉଥିବାର ଉଲ୍ଲେଖ କରାଯିବା ସହ ନକଲି ଔଷଧର କାରବାର ପାଇଁ ସତର୍କସୂଚନା ଜାରି କରିଥିବା କଥା କହିଛନ୍ତି। ଏହି ସବୁ ଔଷଧର ନକଲି ଭର୍ସନ ଗତ ଏପ୍ରିଲରେ ଠାବ କରାଯାଇଥିଲା ।

ତେବେ ଡବ୍ଲୁଏଚଓ କହିବା ଅନୁଯାଇ, ଡିଫିଟେଲିୟୋର ନକଲି ଭର୍ସନ ଔଷଧ ବ୍ୟବହାର ଫଳରେ ରୋଗୀଙ୍କର ରୋଗ ଭଲ ହେବା ବଦଳରେ ଗମ୍ଭୀର ହୋଇଯାଉଛି । ଆଉ କେତେକ ପରିସ୍ଥିତିରେ ଏଭଳି ନକଲି ଔଷଧ ବ୍ୟବହାର ଫଳରେ ରୋଗୀଙ୍କର ମୃତ୍ୟୁ ମଧ୍ୟ ହେବାର ଆଶଙ୍କା ରହିଛି । ନକଲି ଔଷଧର ସୂଚନା ମିଳିବା ପରେ ଡିସିଜିଆଇ ଡାକ୍ତରମାନଙ୍କୁ ଔଷଧ ଲେଖିବା ବେଳେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି । ଏଥି ସହିତ ରୋଗୀଙ୍କୁ ନକଲି ଔଷଧ ସମ୍ପର୍କରେ ସଚେତନ କରିବାକୁ କୁହାଯାଇଛି ।

Show More

Related Articles

Back to top button