Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଚୀନ ସହ ଶୀତଳ ଯୁଦ୍ଧ ଭିଏତନାମ ଗସ୍ତର ଉଦ୍ଦେଶ୍ୟ ନୁହେଁ: ବାଇଡେନ୍

ହନୋଇ: ଦୁଇଦିନିଆ ଭିଏତନାମ ଗସ୍ତରେ ଅଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଏହି ଅବସରରେ ସେ କହିଛନ୍ତି ଯେ, ଚୀନ ସହ ଶୀତଳ ଯୁଦ୍ଧ ଆରମ୍ଭ କରିବା କିମ୍ବା ବିବାଦକୁ ବୃଦ୍ଧି କରିବା ଏହି ଗସ୍ତର ଆଦୌ ଉଦ୍ଦେଶ୍ୟ ନୁହେଁ । ଭିଏତନାମ ସହିତ ଅନ୍ୟ ଏସୀୟ ରାଷ୍ଟ୍ର ସହ ଆମେରିକାର ସମ୍ପର୍କ ସ୍ଥାପନା କରି ଦୁନିଆରେ ସ୍ଥିରତା ବଜାୟ ରଖିବା ଏହି ଯାତ୍ରାର ମୂଳ ଉଦ୍ଦେଶ୍ୟ ବୋଲି ବାଇଡେନ କହିଛନ୍ତି ।

ଭାରତର ରାଜଧାନୀ ଦିଲ୍ଲୀରେ ଆୟୋଜିତ ଜି-20 ଶିଖର ସମ୍ମିଳନୀରେ ଭାଗ ନେବା ପରେ ରବିବାର ଭିଏତନାଥ ଗସ୍ତ କରିଥିଲେ ଜୋ ବାଇଡେନ । ଭିଏତନାମ ପହଞ୍ଚିବା ପରେ ରବିବାର ସନ୍ଧ୍ୟାରେ ଏକ ପ୍ରେସମିଟରେ ଏହି ସୂଚନା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି । ସ୍ଥାନୀୟ ମିଡିଆ ରିପୋର୍ଟ ମୁତାବକ ଏହି ସାମ୍ବାଦିକ ସମ୍ମିଳନୀକୁ ବେଶ୍ ଗୁରୁତ୍ୱ ଦିଆଯାଇଥିଲା ।

ସ୍ଥିରତା ବଜାୟ ରଖିବା ପାଇଁ ଦୁନିଆରେ ମେଣ୍ଟକୁ ମଜବୁତ କରିବାର ସୁଯୋଗ ରହିଥିବା କହିଛନ୍ତି ବାଇଡେନ । ଚୀନକୁ ନିୟନ୍ତ୍ରଣ କରିବା ତାଙ୍କର ଏହି ଯାତ୍ରାର ଆଦୌ ଉଦ୍ଦେଶ୍ୟ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ବାଇଡେନ । ଦୁନିଆରେ ସ୍ଥିରତା ଆଣିବା ଏହି ଯାତ୍ରାର ଉଦ୍ଦେଶ୍ୟ । ହନୋଇ ପହଞ୍ଚିବା ପରେ ବାଇଡେନଙ୍କୁ ଜୋରଦାର ସ୍ୱାଗତ କରାଯାଇଥିଲା ।

Show More

Related Articles

Back to top button