Breaking PLUSଓଡ଼ିଶା

ଏଣିକି ବିନା ଅନୁମତିରେ ରାସ୍ତା ଖୋଳିଲେ ଥାନାରେ ଏତଲା ଦେବ ବିଏମ୍‌ସି

ଭୂବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ବିନା ଅନୁମତିରେ ରାସ୍ତା ଖୋଳିଲେ କିଂବା କଟାକଟି କଳେ ସଂପୃକ୍ତ ସଂସ୍ଥା କିମ୍ବା ବ୍ୟକ୍ତିଙ୍କ ବିରୋଧରେ ଏତାଲା ଦାୟର କରାଯିବ । ଆଜି ବିଏମ୍‌ସି ମୁଖ୍ୟାଳୟରେ ବସିଥିବା ଆନ୍ତଃ ବିଭାଗୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । କମିସନର ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ବୈଠକରେ ଅତିରିକ୍ତ କମିସନର ସୂର୍ଯ୍ୟବଂଶୀ ମୟୁର ବିକାଶ, ଡେପୁଟି କମିସନର (ରେଭିନ୍ୟୁ) ପ୍ରିୟବ୍ରତ ପାଢୀ, ୱାଟକୋ, ଇଡକୋ ଓ ପୂର୍ତ ବିଭାଗର ବରିଷ୍ଠ ଅଧିକାରୀ, ବିଏସ୍ଏନ୍ଏଲ୍, ଓପିଟିସିଏଲ୍, ଗେଲ୍ ଇଣ୍ଡିଆ ଲିମିଟେଡ, ପାୱାର ଗ୍ରୀଡ, ଜିଓ ରେଲାଏନ୍ସ, ଭାରତୀ ଏୟାରଟେଲ, ଟାଟା କମ୍ୟୁନିକେଶନ ଲିମିଟେଡ୍, ଭୋଡା ଫୋନ୍ ଆଦି କଂପାନୀର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ । କୌଣସି ସଂସ୍ଥା ଓ ବ୍ୟକ୍ତିବିଶେଷ ରାସ୍ତା କେବୁଲ ବିଛାଇବା, ଖୁଂଟିପୋତିବା, ଗ୍ୟାସ୍ ପାଇପ ଲାଇନ୍, ସ୍ୱେରେଜ କାମ କିମ୍ବା ନିର୍ମାଣ କାମ ପାଇଁ ରାସ୍ତା ଖୋଳିବା ମନା । ଏହା କରିବା ପୂର୍ବରୁ ନିଶ୍ଚିତ ଭାବେ ବିଏମ୍‌ସିରୁ ଅନୁମତି ନେବାକୁ ପଡିବ।ସୂଚନା ଅନୁସାରେ ବିଏମ୍‌ସିର  ଅଭିଯୋଗ ପ୍ରକୋଷ୍ଠକୁ ଏ ସଂକ୍ରାନ୍ତୀୟ ଅନେକ ଆବେଦନ କର୍ତୃପକ୍ଷଙ୍କ ହସ୍ତଗତ ହୋଇଛି । ଏପରିକି ବିଏମ୍‌ସିର କର୍ପୋରେସନ ବୈଠକରେ ମଧ୍ୟ କର୍ପୋରେଟରମାନେ ଏହି ଭଳି ସମସ୍ୟା ସଂପର୍କରେ ଦୃଷ୍ଟି ଆକର୍ଷଣ କରିଛନ୍ତି । ଜନସାଧାରଣଙ୍କର ଚଳପ୍ରଚଳ ଏ ଦିଗରେ ଅନେକ ବାଧା ଦେଉଛି ଏବଂ ଛୋଟ ବଡ ଦୁର୍ଘଟଣା ମଧ୍ୟ ଘଟୁଛି । ଅନ୍ୟପକ୍ଷରେ ସହରର ବାସୋପଯୋଗୀତା ଏବଂ ସୌନ୍ଦର୍ଯ୍ୟକରଣ କ୍ଷୁର୍ଣ୍ଣ ହେଉଛି । ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଯେ କୌଣସି ବିଭାଗ, କର୍ପୋରେସନ, ଅନୁଷ୍ଠାନ ପ୍ରଚଳିତ ନିୟମକୁ ଅନୁସରଣ କରିବାକୁ ପଡିବ । ତେଣୁ ରାସ୍ତା କାଟିବା ପୂର୍ବରୁ ଉପଯୁକ୍ତ କାରଣ ଦର୍ଶାଇବା ସହ ବିଏମ୍‌ସିର ଅନୁମତି ନେବାକୁ ପଡିବ। ଅନୁମତି ଦେବା ପୂର୍ବରୁ ବିଏମ୍‌ସିର ଏକ ଟିମ୍ ସଂପୃକ୍ତ ଘଟଣାସ୍ଥଳ ପରିଦର୍ଶନ କରି ରିପୋର୍ଟ ଦେବା ପରେ, ତାହା ଯଥାର୍ଥ ହୋଇଥିଲେ, ଅନୁମତି ପ୍ରଦାନ କରାଯିବ । ଏଥିରେ ଅବହେଳା ହେଲେ, ସଂପୃକ୍ତ ସଂସ୍ଥା ବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଏତଲା ଦାୟର କରାଯିବ ବୋଲି ଏହି ବୈଠକରେ କମିସନର କହିଛନ୍ତି । କେବଳ ସେତିକି ନୁହେଁ ଏଭଳିକି ରାସ୍ତାରେ ନିର୍ମାଣ ଓ ଭଗ୍ନାବଶେଷ ବାଲି, ମାଟି, ଗୋଡି ଆଦି ଗଦା କରିପାରିବେ ନାହିଁ କି କେବୁଲ ଝୁଲାଇ ପାରିବେ ନାହିଁ ବୋଲି କହିଛନ୍ତି କମିସନର।

Show More

Related Articles

Back to top button