Breaking PLUSଓଡ଼ିଶା

ଧର୍ମଘଟ ପ୍ରତ୍ୟାହାର କଲା ରାଜ୍ୟ ଘରୋଇ ବସ୍ ମାଲିକ ସଙ୍ଘ

ଅଲୋଚନା ସଫଳ ପରେ ଧର୍ମଘଟ ପ୍ରତ୍ୟାହାର କଲା ରାଜ୍ୟ ଘରୋଇ ବସ୍ ମାଲିକ ସଙ୍ଘ। । ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ସୂଚନା ଅନୁସାରେ ଖାରବେଳ ଭବନରେ ପରିବହନ ବିଭାଗ ଓ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପରିବହନ ବିଭାଗର ସଚିବ, ଯୁଗ୍ମ ସଚିବ, ମୋ ବସର ପ୍ରତିନିଧି ଉପସ୍ଥିତ ଥିଲେ। ବସ୍ ମାଲିକଙ୍କ ଯାହା ଦାବି ଯାହା ଅଛି ଲିଖିତ ଆକାରରେ ଦିଅନ୍ତୁ ବୋଲି ମନ୍ତ୍ରୀ କହିଥିଲେ। ଲକ୍ଷ୍ମୀ ଯୋଜନା ଲୋକଙ୍କ ଆର୍ଥିକ ବିକାଶ ଦିଗରେ ସୁବିଧା ହେଉଛି। ଆଲୋଚନାରେ ସମସ୍ୟା ସମାଧାନ ହେବ। ଆନ୍ଦୋଳନ ନ ଯାଇ ସରକାରଙ୍କୁ ସହଯୋଗ କରନ୍ତୁ। ବସ୍ ମାଲିକଙ୍କ ସମସ୍ୟା ଯାହା ଅଛି ଲିଖିତ ଭାବରେ ଦିଅନ୍ତୁ। ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଉପସ୍ଥାପନ କରାଯିବ ବୋଲି ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି। ତେବେ ଏହି ଅଲୋଚନା ସଫଳ ପରେ ଧର୍ମଘଟ ପ୍ରତ୍ୟାହାର କଲା ରାଜ୍ୟ ଘରୋଇ ବସ୍ ମାଲିକ ସଙ୍ଘ।

Show More

Related Articles

Back to top button