ଖେଳ

ଅଲମ୍ପିକ୍ସରେ ଚାଇନା କାହିଁକି ଭାରତକୁ ପଛରେ ପକାଇଛି

ଜନ ସଂଖ୍ୟା ଆଧାରରେ ଭାରତ ହେଉଛି ବିଶ୍ୱର ଦ୍ୱିତୀୟ ସର୍ବବୃହତ ଦେଶ । ତଥାପି ଭାରତ ଅଲମ୍ପିକ୍ସ ମେଡାଲ ରେସରେ ଚୀନ ଠାରୁ କମ ପଦକ ହାସଲ କରିଥାଏ । ୧୩୦ କୋଟି ଜନସଂଖ୍ୟା ବିଶିଷ୍ଟ ଭାରତ ପଦକ ତାଲିକାରେ ଚୀନ ତଳେ ଥାଏ । ଏକଦା ଚୀନର ଏକ ଖବର କାଗଜରେ ପ୍ରକାସ ପାଇଥିବା ତଥ୍ୟ ଅନୁଷାରେ ଖେଳର ମୁଳଦୁଆ, ଫିଟନେ, ଖେଳରେ ଝିଅଙ୍କ ମହତ୍ୱ ଆହୁରି ଅନେକ ମୁଦ୍ଦା ନେଇ ଦୁଇ ଦେଶ ମଧ୍ୟରେ ଅନ୍ତର ରହିଛି ଯେଉଁ ଥିପାଇଁ ଭାରତ ଆଜି ଚୀନ ଠାରୁ ପଛରେ ଅଛି । ଅଲମ୍ପିକ୍ସର ପ୍ରତିଟି ଖେଳ ବିଭାଗରେ ପ୍ରାୟତ ଚୀନ ଉତ୍କୃଷ୍ଠ ଖେଳର ପ୍ରଦର୍ଶନ କରିଥାଏ । ଅଲମ୍ପିକ୍ସରେ ଚୀନ ଓ ତାର ପ୍ରତିଦ୍ୱନ୍ଦି ଆମେରିକା ମଧ୍ୟରେ ପଦକ ପାଇଁ କୁଥଇବା ସଂଘର୍ଷ ଦେଖିବାକୁ ମିଳିଥାଏ ।

ଏକ ସର୍ଭେରୁ ଜଣାପଡିଛି ଯେ ଭାରତର ଅଧିକାଂଶ ଅବିଭାବକ ନିଜ ପିଲା ମାନଙ୍କୁ ଡାକ୍ତର କିମ୍ବା ଇଂଜିନିଅର କରିବାର ଆଶାରେ ପିଲାଦିନରୁ ସେମାନଙ୍କ ପାଠ ପ୍ରତି ଅଧିକ ଗୁରୁତ୍ୱ ଦେଇଥାନ୍ତି । ଯାହାଦ୍ୱାରା ପିଲାମାନେ ଖେଳ କୁଦ ପ୍ରତି ମନବଳାନ୍ତି ନାହିଁ । ଜଦି କୌଣସି ଅବିଭାବକ ହୁଅନ୍ତୁ ଅବା ପିଲା, ସେମାନେ ଖେଳ ଉପରେ ଜଦି ଆଧିକ ଧ୍ୟାନ ଦିଅନ୍ତି ତେବେ ନିଜ ପରିବାର ଲୋକ କିମ୍ବା ସାହି ପଡିଶାଙ୍କ ଟାହି ଟାପରା ଶୁଣିବାକୁ ପଡିଥାଏ । କିନ୍ତୁ ଅନ୍ୟପଟେ ଚୀନର ଅଧିକାଂଶ ପିଲା ମାତ୍ର ତିନିବର୍ଷରୁ ହିଁ ନିଜର କଡା ଅଭ୍ୟାସ ଆରମ୍ଭ କରିଥାନ୍ତି । ଯାହାର ପ୍ରତି ଫଳ ସ୍ୱରୁପ ସେମାନଙ୍କୁ ଅଲମ୍ପିକ୍ସ ହେଉ ଅବ ଅନ୍ୟ କେଉଁ ଖେଳ ହେଉ ସେଥିରେ ଚୀନ ଖେଳାଳି ଭଲ ପ୍ରଦର୍ଶନ କରିଥାନ୍ତି ।

ଚୀନ ତା ଦେଶରେ ଏକ ବିରାଟ ସ୍ପୋର୍ଟ କମ୍ପ୍ଲେକ୍ସ ନିର୍ମାଣ କରିଛି ସେଠାରେ ସେ ନିରନ୍ତର କ୍ରିଡାବିତ ମାନଙ୍କୁ ଅଭିଜ୍ଞ ଶିକ୍ଷକଙ୍କ ଦ୍ୱାରା ତାଲିମ ପ୍ରଦାନ କରୁଛି । ଯାହାଦ୍ୱାରା ପ୍ରତ୍ୱେକ ବର୍ଷ ଚୀନରେ ବହୁ ପ୍ରତିଭାବାନ ଖେଳାଳିଙ୍କର ଉଦୟ ହେଉଛି । ଏହା ଛଡା ଚୀନ ଏହାର ଅର୍ଥନୀତିର ଏକ ବଡ ଅଂଶ ଏହି ଖେଳାଳିଙ୍କ ପାଇଁ ଖର୍ଚ୍ଚ କରିଥାଏ । ଅନ୍ୟପଟେ ଏହାର ପ୍ରତିଫଳନ ଖେଳରେ ଦେଖିବାକୁ ମିଳିଥାଏ । ଚୀନ ଅନ୍ୟ ଦେଶ ମାନଙ୍କ ଅପେକ୍ଷା ଅଧିକ ମେଡାଲ ନିଜ ଖାତାରେ ଯୋଡିଥାଏ ।ଏବେ ସମୟ ଆସିଛି ଅବିଭାବକ ନିଜ ମାନସିକତାରେ ପରିବର୍ତ୍ତନ ଆଣିବା ଦର୍କାର ନହେଲେ ପିଲାମାନଙ୍କର ଭୌତିକ ବିକାଶରେ ବାଧା ସୃଷ୍ଟି ହୋଇପାରେ ।

Show More

Related Articles

Back to top button