ସ୍ୱତନ୍ତ୍ର

ଭକ୍ତ ଭାବନାରେ ମହାପ୍ରଭୁ

ନୀଳାଦ୍ରୌ ଶଙ୍ଖମଧ୍ୟେ ଶତଦଳ କମଳେ ରତ୍ନସିଂହାସନସ୍ଥମ୍‌
ସର୍ବାଳଙ୍କାରଯୁକ୍ତ ନବଘନ ରୁଚିରଂ ସଂଯୁକ୍ତଂ ଚାଗ୍ରଜେନ
ଭଦ୍ରାୟା ବାମଭାବେ ରଥଚରଣ ଯୁକ୍ତଂ ବ୍ରହ୍ମରୁଦ୍ରୈନ୍ଦ୍ର ସେବିତଃ
ବେଦାନାଂ ଶାରମେକମ୍‌ ସ୍ୱଜନ ପରିବୃତ୍ତଃ ବ୍ରହ୍ମଦାରୁ ଉଦେଃହମ୍‌

ସେ ଅବର୍ଣ୍ଣନୀୟ ,ଅବ୍ୟକ୍ତ ଅନୁଭବର ଠାକୁର । ଜଗନ୍ନାଥ କାହାପାଇଁ କାଳିଆ ସାଆନ୍ତ,କଳା ଠାକୁର,ଚକାଡୋଳା,ପତିତପାବନ ପୁରୁଷୋତ୍ତମ । ଓଡିଆ ଜାତି ତଥା ସାରା ବିଶ୍ୱରେ ମାନବବାଦର ପ୍ରତୀକ ସିଏ । ତାଙ୍କୁ ଛାଡ଼ି ଜୀବଜଗତର ପରିକଳ୍ପନା ଅସମ୍ଭବ । ଜଗନ୍ନାଥ ପ୍ରତିଟି ଜୀବନର ପାଥେୟ । ବିଶ୍ୱାସ ଓ ଭକ୍ତିକୁ ନେଇ ଜଗନ୍ନାଥ ଜଗତର ନାଥ,ଗଣଦେବତା । ବିଜ୍ଞାନ,ତର୍କ ବିତର୍କ ଠୁ ଅଧିକ ତାଙ୍କପ୍ରତି ଆମ ଶ୍ରଦ୍ଧା ଓ ବିଶ୍ୱାସ । ସେହି ବିଶ୍ୱାସର ଠାକୁରକୁ ନେଇ କିଛି ଅନୁଭବ ପରସିଛି ଆପଣଙ୍କ ସାମ୍ନାରେ ।

ରବି ଶତପଥୀ,କବି
ରବି ଶତପଥୀ,କବି

ଏମିତି ଏକ ମହାନ ସଂସ୍କୃତି କୋଳରେ ମୋର ଜନ୍ମ,ଯେଉଁଠି ଆଧ୍ୟାତ୍ମିକତାକୁ ଛାଡିଦେଲେ ,ଜୀବନର ଅନୁଭବ କିଛି ବୁଝିହୁଏନାହିଁ । ମୁଁ ଇଶ୍ୱରମନସ୍କ ହେବା ମାତ୍ରେ ହିଁ ମହାପ୍ରଭୁଙ୍କ ଚରଣାଶ୍ରିତ ହୁଏ । ସେ କୋଟିକୋଟି ଆବେଗପୁର୍ଣ୍ଣ ପ୍ରାଣର ଅସରନ୍ତି ଶାନ୍ତି ଓ ମୁକ୍ତିର ଠାକୁର ।ଘୋଷଯାତ୍ରା ଆସିଲେ ମୁ ଓ ମୋ ପରିବାର ଭାବବିହ୍ୱଳ ହୋଇଉଠୁ । ତାଙ୍କୁ ସ୍ମରଣ କଲେ ଖାଲି ଆତ୍ମତୃପ୍ତି ମିଳେନା ,ବରଂ ଦୁଃଖ ଶୋକ ପାଶୋରି ଯିବାକୁ ହୁଏ । ଯିଏ ଅନାଦି ଅନନ୍ତ ମହିମାମୟ ତାଙ୍କ ସମ୍ପର୍କରେ ସବୁ ଅବ୍ୟକ୍ତ । ଜଗନ୍ନାଥ ଆକୁଳ ହୃଦୟର ଭକ୍ତିପୁର୍ଣ୍ଣ ନିରବ ପ୍ରାର୍ଥନା ।

 

ପ୍ରମୋଦ କୁମାର ଦ୍ୱିବେଦୀ ଜଗନ୍ନାଥ ପ୍ରେମୀ

ଜଗନ୍ନାଥ ଆମ ଓଡ଼ିଆ ମାନଙ୍କ ପ୍ରତ୍ୟକ୍ଷ ଦେବତା । କାଳିଆ ଠାକୁର, ସାରା ବିଶ୍ଵର ଠାକୁର । ସେ ଭକ୍ତର ମାନସିକ ପୂର୍ଣ୍ଣ କରନ୍ତି। ଯୁଗେ ଯୁଗେ ସେ ଅବତାର ନେଇ ପାପର ବିନାଶ କରନ୍ତି । ପ୍ରଭୁ ଜଗନ୍ନାଥଙ୍କ ବିନା ନିର୍ଦ୍ଦେଶରେ ଗଛର ପତ୍ର ବି ହଲେନି । ଏ କୋରୋନା ସଙ୍କଟ ବେଳେ ପ୍ରାଣୀଙ୍କ ଜୀବନ ସୁରକ୍ଷା ପାଇଁ ବୋଧେ ରଥଯାତ୍ରା ନକରିବାକୁ ପ୍ରଭୁ ଜଗନ୍ନାଥଙ୍କ ସ୍ଥିର କରିଛନ୍ତି । ତେଣୁ ସୁପ୍ରିମକୋର୍ଟ ରଥଯାତ୍ରା ନ କରିବାକୁ ରାୟ ଦେଇଛନ୍ତି ।

 

 

ଦେବୀ ବନ୍ଦିତା ବାରିକ
ଜଗନ୍ନାଥପ୍ରେମୀ

ମୋ ଜଗନ୍ନାଥ ମୋ ପାଇଁ ଖୁବ ଆପଣାର । ତାଙ୍କୁ ନେଇ ମୋର ଅସରନ୍ତି ଅନୁଭବ ।ସେ ମୋ ହୃଦୟରେ ,ତାକୁ ନେଇ ପ୍ରତି ମୁହୁର୍ତ୍ତରେ ଆପଣା ଆପଣା ଅନୁଭବ ଽ ମୋତେ ଲାଗେ ପ୍ରତି ମୁହୂର୍ତ୍ତରେ ସେ ମୋ ମନର ଭାବନାକୁ ଜାଣି ପାରୁଛନ୍ତି । ସତରେ ସେ ଭାବର ଠାକୁର ।

 

 

ଶୁଭଙ୍କରୀ ଦାସ, ଜଗନ୍ନାଥପ୍ରେମୀ

ମୁଁ ଜଗନ୍ନାଥ ମହାପ୍ରଭୁଙ୍କୁ ଭଲପାଏ । ମୋ ଜୀବନର ପ୍ରତି ମୂହୁର୍ତ୍ତରେ ସେ ସାହାଯ୍ୟ କରନ୍ତି । ଯେତେ ବେଳେ ମୋ ସମ୍ମୁଖରେ କିଛି ସମସ୍ୟା ଆସେ ,ସେତେବେଳେ ସେ ମୋତେ ମାର୍ଗଦର୍ଶନ କରନ୍ତି । ମୋ ଜୀବନ ର ସବୁକିଛି ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ ।

 

 

 

ସୁଭାଷ ଚନ୍ଦ୍ର ପଟ୍ଟନାୟକ, ଭାଷାପ୍ରେମୀ

ଜଗନ୍ନାଥ ସମାନତାର ପ୍ରତୀକ, ସର୍ବଧର୍ମ ସମନ୍ୱୟ ଓ ଏକତାର ପ୍ରତୀକ । ପ୍ରତିଟି ଓଡିଆ ହୃଦୟରେ ସେ ବିରାଜମାନ । ତାଙ୍କୁ ନେଇ ଓଡିଆ ଜାତି ଗର୍ବ କରେ ,ଜୀବନ ଜିଏଁ । କେତେବେଳେ ସେ ବୁ୍ଦ୍ଧ ତ ତେବେ କେତେବେଳେ ଗଣପତି । ଏକତା ସୁତ୍ରରେ ସମସ୍ତଙ୍କୁ ବାନ୍ଧିଥିବା ଠାକୁର ସିଏ ।

 

 

ଅର୍ପିତା ନନ୍ଦ, ଜଗନ୍ନାଥ ପ୍ରେମୀ

ଶ୍ରୀ ଜଗନ୍ନାଥ ଖାଲି ମୋର ନୁହେଁ, କି ଓଡ଼ିଆ ମାନଙ୍କର ନୁହେଁ ବରଂ ପୁରା ବିଶ୍ଵର ପୂଜନୀୟ ଦେବତା କହିଲେ ଭୁଲ ହେବନାହିଁ। ଜଗନ୍ନାଥ ହେଉଛନ୍ତି ଦୁଃଖୀ ଦରିଦ୍ରଙ୍କ ଦୁଃଖ ବିନାଶ କରି। ତାଙ୍କ ପାଖରେ ଧନୀ ଗରିବ, ଉଚ୍ଚ ନୀଚ ଭେଦଭାବ ନାହିଁ। ଜାତି, ଧର୍ମ, ବର୍ଣ୍ଣ ସବୁ ତାଙ୍କ ପାଖରେ ସମାନ। ସେ ଭକ୍ତଙ୍କ ସହ ମିଶିବା ପାଇଁ ବର୍ଷକେ ଥରେ ରଥଯାତ୍ରା ସମୟରେ ଆସନ୍ତି।  ଶ୍ରୀମନ୍ଦିରରୁ ବାହାରି ଭକ୍ତଙ୍କ ମେଳକୁ ଆସି ନିଳାଖେଳା କରନ୍ତି। ସେ ଏମିତି ଏକ ଠାକୁର ଯିଏ ଭକ୍ତ ବଳରାମ ଦାସ ଙ୍କ ଭକ୍ତିରେ ମୋହିତ ହୋଇ ତାଙ୍କ ବାଲିର ରଥରେ ବିଜେ କରିଥିଲେ। ସେହିପରି ଦାସିଆ ବାଉରୀ ର ହାତରୁ ନଡିଆ ନେଇଥିଲେ। ଏମିତି ଏକ ଭଗବାନଙ୍କ ଚରଣରେ ମୋର ବିନାମ୍ର ପ୍ରଣାମ। ରଥଯାତ୍ରା ପାଇଁ ସମସ୍ତଙ୍କୁ ହାର୍ଦ୍ଧିକ ଶୁଭେଛା ଓ ଅଭିନନ୍ଦନ।

Show More

Related Articles

Back to top button