Breaking PLUSଦେଶବିଧାନସଭା

ଅରୁଚିକର ମନ୍ତବ୍ୟ ପାଇଁ ଭୁଲ ମାଗିଲେ ବିହାର ମୁଖ୍ୟମନ୍ତ୍ରୀ

ବିଧାନସଭାରେ ନିଜର ବିବାଦୀୟ ବୟାନ ପାଇଁ କ୍ଷମା ମାଗିଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଜନସଂଖ୍ୟା ନିୟନ୍ତ୍ରଣକୁ ନେଇ ଦେଇଥିବା ବୟାନକୁ ନେଇ ବିବାଦ ବଢିବାରୁ ଭୁଲ ମାଗିଛନ୍ତି । ଏନେଇ ନୀତୀଶ କହିଛନ୍ତି,’ ମୁଁ ତ ମହିଳାଙ୍କ ଶିକ୍ଷା ବିଷୟରେ କରିଥିଲି, ମୋର ବୟାନ ଯଦି କାହାକୁ ଆଘାତ ପହଁଞ୍ଚାଇଛି ତାହାଲେ ମୁଁ କ୍ଷମା ପ୍ରାର୍ଥନା କରୁଛି । ଯେଉଁମାନେ ମୋର ନିନ୍ଦା କରୁଛନ୍ତି, ସେମାନଙ୍କୁ ଅଭିନନ୍ଦନ ଜଣାଉଛି । ମୋ ବୟାନର ଅର୍ଥକୁ ଭୁଲ ଭାବେ ଉପସ୍ଥାପନ କରାଯାଇଛି । ମୁଁ ତ ମହିଳା ମାନଙ୍କର ଶିକ୍ଷା ବିଷୟରେ କହିଥିଲେ, କହୁ କହୁ ସେକ୍ସ ଏଜୁକେସନକୁ ନେଇ ଏଭଳି କହି ଦେଇଥିଲି । ଯଦି ମୋ ବୟାନରେ କାହାକୁ ଆଘାତ ପହଁଞ୍ଚାଇଛି, ତାହେଲେ ମୁଁ କ୍ଷମା ମାଗୁଛି । ବିହାରରେ ଆମେ ମହିଳାଙ୍କ ଉନ୍ନତି ପାଇଁ ଅନେକ କାମ କରୁଛି’ ।

Show More

Related Articles

Back to top button