Breaking PLUSଓଡ଼ିଶାଦେଶମୁଖ୍ୟ ଖବରସ୍ୱତନ୍ତ୍ର

ବଦ୍ରି-ବିଶାଳଙ୍କ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ବଦ୍ରିନାଥ ଧାମରେ ରାଷ୍ଟ୍ରପତିଙ୍କୁ ବିପୁଳ ସ୍ୱାଗତ

ଗୋପେଶ୍ୱର-ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉତ୍ତରାଖଣ୍ଡ ସ୍ଥିତି ଭୂ-ବୈକୁଣ୍ଠ ଧାମରେ ପହଞ୍ଚି ବଦ୍ରି-ବିଶାଳଙ୍କ ଦର୍ଶନ କରିଛନ୍ତି । ରାଷ୍ଟ୍ରପତି ମନ୍ଦିରରେ ପ୍ରାୟ 25ମିନିଟ ଧରି ପୂଜାର୍ଚ୍ଚନା କରିଥିଲେ । ଦେଶର ସୁଖ, ସମୃଦ୍ଧି ଓ ଖୁସି ପାଇଁ କାମନା କରିଥିଲେ ରାଷ୍ଟ୍ରପତି । ବଦ୍ରିନାଥ ଧାମରେ ପହଞ୍ଚିବା ପରେ ରାଜ୍ୟପାଳ ଲେଫ୍ଟିନାଣ୍ଟ ଜେନେରାଲ ଗୁରମିତ ସିଂ ଓ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ରାଷ୍ଟ୍ରପତିଙ୍କ ସ୍ୱାଗତ କରିଥିଲେ ।
ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ କଡା ସୁରକ୍ଷା ବଳୟ ଭିତରେ ଭାରତୀୟ ବାୟୁସେନାର ହେଲିକପ୍ଟର ଯୋଗେ ବୁଧବାର ସକାଳ 10.20ରେ ବଦ୍ରିନାଥ ଆର୍ମି ହେଲିପ୍ୟାଡରେ ପହଞ୍ଚିଥିଲେ । ହେଲିପ୍ୟାଡରେ ତାଙ୍କୁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ସ୍ୱାଗତ କରିଥିଲେ ।
ରାଷ୍ଟ୍ରପତି ବଦ୍ରି-ବିଶାଳ ମନ୍ଦିରରେ ପହଞ୍ଚି ବେଦ ପାଠ ଓ ବିଶେଷ ପୂଜାର୍ଚ୍ଚନା କରିଥିଲେ ।

Show More

Related Articles

Back to top button