Breaking PLUSଓଡ଼ିଶାମୁଖ୍ୟ ଖବର

ରାୟଗଡାରୁ 2 ବାଘ ଛାଲ ଜବତ, 2 ଗିରଫ

ରାୟଗଡା: ପୁଣି ରାୟଗଡା ଜିଲାରୁ ଜବତ ହେଲା ଦୁଇଟି ବାଘଛାଲ । କଲରାପତରିଆ ବାଘଛାଲ ସହ ଦୁଇ ବେପାରୀଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ର ୫ ଜଣିଆ ଟିମ୍ । ରାୟଗଡ଼ା ଜିଲା ଚାନ୍ଦିଲି ଥାନା ଅନ୍ତର୍ଗତ ତାମ୍ପରବିଦୁନି ଛକରେ ବାଘଛାଲ ଡିଲ୍‌ ହେଉଥିବା ନେଇ ବିଶ୍ବସ୍ତ ସୂତ୍ରରୁ ଖବର ପାଇଥିଲା ଏସ୍‌ଟିଏଫ୍‌। ଏହାପରେ ସେଠାରେ ଚଢାଉ କରି ୨ଟି କଲରାପତରିଆ ବାଘ ଛାଲ ଜବତ କରିବା ସହ ଦୁଇ ବେପାରୀଙ୍କୁ ଗିରଫ କରାଯାଇଛି।

ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ରାୟଗଡା ଜିଲା ଚନ୍ଦ୍ରପୁର ଅଂଚଳର ବିକ୍ରମ ମାଝୀ ଓ ରାଜା ମାଝୀ । ଜବତ ବାଘ ଛାଲକୁ ବୟୋଲୋଜିକାଲ ଟେଷ୍ଟ ପାଇଁ ଡେରାଡୁନ ପଠାଯିବ ବୋଲି ଏସଟିଏଫ ସୂତ୍ରରୁ ପ୍ରକାଶ। ଏ ନେଇ ଏସ୍‌ଟିଏଫ୍‌ କେସ ନମ୍ବର ୨୭, ଦଫା ୩୭୯, ୪୧୧, ୧୨୦(ବି) ସହ ବନ୍ୟଜନ୍ତୁ ସରଂକ୍ଷଣ ଆଇନ ଆଧାରରେ ଦୁଇ ଅଭିଯୁକ୍ତଙ୍କୁ ରାୟଗଡା କୋର୍ଟ ଚାଲାଣ କରାଯାଇଛି। ଆବଶ୍ୟକସ୍ଥଳେ ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯିବ ବୋଲି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ପକ୍ଷରୁ ସୂଚନା ମିଳିଛି ।

Show More

Related Articles

Back to top button