Breaking PLUSଓଡ଼ିଶାମୁଖ୍ୟ ଖବର

ରେଂଜରୋଭର ଧକ୍କାରେ ଯୁବତୀଙ୍କ ମୃତ୍ୟୁ ଘଟଣାରେ କାର୍ଯାନୁଷ୍ଠାନ ଦାବି

ଛାତ୍ର କଂଗ୍ରେସର କମିଶନରୋଟ ପୋଲିସ ଘେରାଉ

ଭୁବନେଶ୍ୱର, 6 ନଭେମ୍ବର- ଭୁବନେଶ୍ୱରରେ ରେଂଜରୋଭର ଧକ୍କାରେ ଯୁବତୀଙ୍କ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବିରେ ଛାତ୍ର କଂଗ୍ରେସର କର୍ମୀ ମାନେ କମିଶନରେଟ ପୋଲିସ ଅଫିସ ଘେରାଉ କରିଛନ୍ତି ।

ଛାତ୍ର କଂଗ୍ରେସର ରାଜ୍ୟ ସଭାପତି ୟାସିର୍ ନୱାଜ୍ କହିଛନ୍ତି, ଏହି ମାମଲାରେ ବିଧାୟକଙ୍କ ଭାଇ ରହିଥିବା କାରଣରୁ ତାଙ୍କ ବିରୁଦ୍ଧରେ କାର୍ଯାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ । ସେ କହିଛନ୍ତି ଯେ ବିଧାୟିକାଙ୍କ ଭାଇ ବିଶାଲ ଦାସ ଗାଡ଼ି ଚଳାଉଥିବା ଅଭିଯୋଗ ହେଉଛି । ପୋଲିସ ଏଯାଏ କାହିଁକି ସିସିଟିଭି ଫୁଟେଜ ସାର୍ବଜନୀନ କରୁନି ।

ସେ କହିଛନ୍ତି, ପୋଲିସ ଚକ୍ରାନ୍ତ କରି ଗାଡ଼ି ନମ୍ବର ବଦଳାଇ ଦେଇଥିଲା । କଂଗ୍ରେସ ବିଜେଡି ବିଧାୟିକାଙ୍କ ଭାଇ ବୋଲି ପୋଲିସ ତାଙ୍କୁ ଖସାଇ ଦେଇଛି । ସେ ମୃତକଙ୍କ ପରିବାରକୁ ୧ କୋଟି ପ୍ରଦାନ କରିବା ସହ ଓ ବିଶାଲ ଦାସଙ୍କୁ ଗିରଫ କରାଯାଉ ବୋଲି ଦାବି କରିଛନ୍ତି । ଦାବି ପୂରଣ ନହେବା ଯାଏଁ ଛାତ୍ର କଂଗ୍ରେସ ଚୁପ୍ ବସିବନି ବୋଲି ସେ କହିଛନ୍ତି ।

Show More

Related Articles

Back to top button