Breaking PLUSଓଡ଼ିଶାମୁଖ୍ୟ ଖବର

ଅଳିଆଗଦାକୁ ନେଇ ବିଏମସିକୁ ଓଏଚଆରସିର ନୋଟିସ୍

ଡିସେମ୍ବର ୧୧ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, 6 ନଭେମ୍ବର- ମେଂଚଶ୍ୱର ନିକଟରେ ଆବର୍ଜନା ଗଦା କରାଯିବାକୁ ନେଇ ଭୁବନେଶ୍ୱର ମହାନଗର ନିଗମକୁ ରାଜ୍ୟ ମାନବାଧିକାର କମିଶନ (ଓଏଚଆରସି) ନୋଟିସ ଜାରି କରିଛନ୍ତି । ଆସନ୍ତା ଡିସେମ୍ବର ୧୧ ଭିତରେ ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କମିଶନ । ଆବର୍ଜନା ଗଦା ହେବା ଯୋଗୁଁ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଥିବାରୁ ମେଂଚଶ୍ୱର ରେଲୱେ କଲୋନୀ ବାସିନ୍ଦା ଓଏଚଆରସିଙ୍କ ଦ୍ୱାରସ୍ଥ ହୋଇଥିଲେ ।ଉକ୍ତ ମାମଲାର ଶୁଣାଣି କରି ରାଜ୍ୟ ମାନବାଧିକାର କମିଶନ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ସୂଚନା ଅନୁଯାୟୀ ବିଏମସି ଦ୍ୱାରା ମେଂଚଶ୍ୱର ଅଂଚଳରେ ଆବର୍ଜନା ଗଦା କରାଯାଉଛି । ତାହା ପାହାଡ଼ ସଦୃଶ ହୋଇ ଯାଇଥିବା ବେଳେ ତାହାକୁ ଉଠାଇବାକୁ ଦିନ ଗଡ଼ାଉଛି ବିଏମସି । ଅସହ୍ୟ ଗନ୍ଧ ଯୋଗୁଁ ସ୍ଥାନୀୟ ଅଂଚଳରେ ରହିବା ଅସମ୍ଭବ ହୋଇ ପଡ଼ୁଥିବା ବେଳେ ଲୋକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଭୋଗୁଛନ୍ତି ।

Show More

Related Articles

Back to top button