Breaking PLUSଦେଶମୁଖ୍ୟ ଖବରରାଜନୀତି

ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ବିକଶିତ ହେଲା ନୂଆ ଭାରତ-ଯୋଗୀ ଆଦିତ୍ୟନାଥ

ମେରଠ, 19 ଫେବୃୟାରୀ -ସଂଭଲରେ ସୋମବାର ଶ୍ରୀକଳ୍କୀ ଧାମର ଭୂମି ପୂଜନ ଏବଂ ଶିଳାନ୍ୟାସ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭାଗ ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଯଶସ୍ୱୀ ନେତୃତ୍ୱରେ ନୂଆ ଭାରତ ବିକଶିତ ହୋଇଛି । ପୂରା ଦୁନିଆ ଏହି ନୂଆ ଭରତକୁ ଆଶାଭରା ଦୃଷ୍ଟିରେ ଦେଖୁଛି । ସେ କହିଛନ୍ତି ଯେ, ସଂଭଲରେ ଭଗବାନ ବିଷ୍ଣୁଙ୍କ ଦଶମ ଅବତାର ଶ୍ରୀ କଳ୍କୀ ପ୍ରଭୁ ପୁଣି ଥରେ ସନାତନର ଧର୍ମ ଧ୍ୱଜା ସ୍ଥାପିତ କରିବେ ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗତ 10ବର୍ଷରେ ଆମେ ଏକ ନୂଆ ଭାରର ଦର୍ଶନ କରିଛୁ । ଏହି ନୂଆ ଭାରତର ପ୍ରତ୍ୟେକ ନାଗରିକଙ୍କୁ ସୁରକ୍ଷା ସହିତ ସମୃଦ୍ଧିର ନୂଆ ସୋପାନ ଦେଇଛି । ନୂଆ ଭାରତରେ ଭାରତର ଆସ୍ଥାର ସମ୍ମାନ ରହିଛି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଯାହା ପୂର୍ବରୁ ଅସମ୍ଭବ ଥିଲା, ଆଜି ସମ୍ଭବ ହୋଇଛି, କାହିଁକି ନା ଭାରତ ପାଖରେ ଆଜି ଯଶସ୍ୱୀ ନେତୃତ୍ୱ ରହିଛି । ଯଶସ୍ୱୀ ନେତୃତ୍ୱ ବିଶ୍ୱ ମଂଚରେ ଭାରତର ମାନ ବଢାଇଛି । ଭାରତର ପ୍ରଧାନମନ୍ତ୍ରୀଙ୍କର ଯେତେବେଳେ ସମ୍ମାନ ହୋଇଥାଏ, ତାହେଲେ ଭାରତବାସୀଙ୍କ ସମ୍ମାନ ହୋଇଥାଏ । ଏଠାରେ ଉଲ୍ଲେଖନୀୟ ସଂଭଲରେ ଶ୍ରୀ କଲ୍କୀ ପୀଠାଧୀଶ୍ୱର ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମଙ୍କ ନେତୃତ୍ୱରେ ଶ୍ରୀ କଳ୍କୀ ଧାମ ମନ୍ଦିର ନିର୍ମାଣ କରାଯାଉଛି ।

Show More

Related Articles

Back to top button