Breaking PLUSଦେଶମୁଖ୍ୟ ଖବର

ଜିବିସି- ସୋମବାର ୟୁପିରେ 10ଲକ୍ଷ କୋଟିର 14ହଜାର ପରିଯୋଜନାର ଶୁଭାରମ୍ଭ କରିବେ ପିଏମ ମୋଦି

ଲକ୍ଷ୍ନୌ, 18 ଫେବୃଆରୀ-ଉତ୍ତର ପ୍ରଦେଶକୁ ୱାନ ଟ୍ରିଲିୟନ ଡଲାରର ଅର୍ଥବ୍ୟବସ୍ଥା ବନାଇବା ସଂକଳ୍ପ ସହିତ ଆଗକୁ ବଢୁଥିବା ଯୋଗୀ ଆଦିତ୍ୟନାଥ ସରକାରଙ୍କ ପାଇଁ ସୋମବାର ବେଶ୍ ଗୁରୁତ୍ୱପୂର୍ଣ୍ଣ ଦିନ ଅଟେ । ସୋମବାର ଲକ୍ଷ୍ନୌର ଇନ୍ଦିରା ଗାନ୍ଧି ପ୍ରତିଷ୍ଠାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗ୍ରାଉଣ୍ଡ ବକ୍ରେକିଂ ସେରିମନି (ଜିବିସି 4.0) ଜରିଆରେ ରାଜ୍ୟରେ 10ଲକ୍ଷ କୋଟିରୁ ଅଧିକ 14ହଜାରରୁ ଅଧିକ ପରିଯୋଜନାର ଶୁଭାରମ୍ଭ କରିବେ । ଏହାସହିତ ରାଜ୍ୟରେ ପ୍ରାୟ 34ଲକ୍ଷ ରୋଜଗାର ସୁଯୋଗର ସମ୍ଭାବନାର ଦ୍ୱାର ଖୋଲିବ ।
ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ସହିତ ଏଠାରେ ଆୟୋଜିତ ହେବାକୁ ଥିବା ପ୍ରଦର୍ଶନୀକୁ ବି ବୁଲି ଦେଖିବେ । ଏହାସହିତ ମୁଖ୍ୟ ଜିବିସି ହ୍ୟାଙ୍ଗରରେ ରାଜ୍ୟର ଜନତାଙ୍କୁ ସମ୍ବୋଧିତ କରିବା ସହ ଏହି ସମସ୍ତ ପରିଯୋଜନାର ଶୁଭାରମ୍ଭ କରିବା ପାଇଁ ଶୁଭକାମନା ଜଣାଇବେ । ଗତବର୍ଷ ଫେବୃୟାରୀ 10ରୁ 12ଯାଏ ମଧ୍ୟ ଗ୍ଲୋବାଲ ଇନଭେଷ୍ଟର୍ସ ସମିଟର ଆୟୋଜନ ହୋଇଥିଲା । ଏହାବରେ ପ୍ରାୟ ବର୍ଷ ପରେ 19-21 ଫେବୃୟାରୀ ଯାଏ ଗ୍ରାଉଣ୍ଡ ବ୍ରେକିଂ ସେରିମନୀ 4.0 ଆୟୋଜନ କରାଯାଉଛି । ଏଥିରେ ପିଏମ ମୋଦିଙ୍କ ସମେତ ତମାମ ଭିଆଇପି ସାମିଲ ହେବେ ।

Show More

Related Articles

Back to top button