Breaking PLUSଦେଶମୁଖ୍ୟ ଖବର

ତିନସୁକିୟାର କୋଇଲା ଖଣିରୁ 10 ଶ୍ରମିକଙ୍କ ଅପହରଣ

ଗୌହ୍ୱାଟୀ, 18 ଫେବୃଆରୀ- ଆସାମ-ଅରୁଣାଚଳ ପ୍ରଦେଶ ସୀମାରେ ତିନସୁକିଆ କୋଇଲା ଖଣିରୁ କାର୍ଯ୍ୟରତ 10ଜଣ ଶ୍ରମିକଙ୍କୁ ଅପହରଣ କରାଯାଇଛି ।
ଆସାମ-ଅରୁଣାଚଳ ସୀମାରେ ତିନସୁକିୟା ଜିଲ୍ଲାର ଫିନାବୋରୋରେ 14 ନମ୍ବର କୋଇଲା ଖଣି ରହିଛି । ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି ଯେ, ଆଜି ଭୋର 3.30 ମିନିଟ୍ ସମୟରେ ଆଠ-ନଅ ଜଣ ସନ୍ଦିଗ୍ଧ ଉଗ୍ରବାଦୀ ଦଳ ଆସି ବନ୍ଧୁକ ଦେଖାଇ 10ଜଣ ଶ୍ରମିକଙ୍କୁ ଏକ ଡମ୍ପରରେ ବସାଇ ଅରୁଣାଚଳ ପ୍ରଦେଶର ଓଲ୍ଡ ଲୋଙ୍ଗତାଇ ଅଭିମୁଖେ ଯାଇଥିଲେ ।ପୋଲିସ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇନାହିଁ, କିନ୍ତୁ ଇଲଫା-ସ୍ୱା ଓ ଏନଏସସିଏକ କ୍ୟାଡର ଏହି ଅପହରଣ କରିଥିବା ଅନୁମାନ କରାଯାଉଛି ।

Show More

Related Articles

Back to top button