Breaking PLUSଦେଶମୁଖ୍ୟ ଖବର

କ୍ଷମତାକୁ ଫେରିବା ନେଇ ବିଶ୍ୱାସ ପ୍ରକଟ କଲେ ନରେନ୍ଦ୍ର ମୋଦି, ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଦେଲେ ଶହେଦିନର ଲକ୍ଷ୍ୟ

ତୃତୀୟ କାର୍ଯ୍ୟକାଳରେ ଭାରତକୁ ଦୁନିଆର ତୃତୀୟ ସବୁଠୁ ବଡ ଅର୍ଥବ୍ୟବସ୍ଥା କରିବାକୁ କହିଲେ ପିଏମ
ନୂଆଦିଲ୍ଲୀ, 18 ଫେବୃଆରୀ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ବିଜେପିର ରାଷ୍ଟ୍ରୀୟ ପରିଷଦ ବୈଠକରେ କେନ୍ଦ୍ର ସରକାରଙ୍କ ଉପଲବ୍ଧି ଓ ବିରୋଧୀଙ୍କ ବିଫଳତା କହି ସାଧାରଣ ନିର୍ବାଚନରେ ପାର୍ଟି କାର୍ଯ୍ୟକର୍ତ୍ତୀଙ୍କୁ ଶହେଦିନ ଯାଏ ପ୍ରତି ଭୋଟର, ହିତାଧିକାରୀ, ବର୍ଗ, ସମାଜ, ପନ୍ଥ, ପରମ୍ପରା ପର୍ଯ୍ୟନ୍ତ ପହଞ୍ଚିବାକୁ ଲକ୍ଷ୍ୟ ଦେଇଛନ୍ତି । ଏହାସହିତ ସେ ପୁଣି ଥରେ କ୍ଷମତାକୁ ଫେରିବା ନେଇ ବିଶ୍ୱାସ ପ୍ରକଟ କରି ଆଗାମୀ କାର୍ଯ୍ୟକାଳରେ ଭାରତକୁ ଦୁନିଆର ତୃତୀୟ ସବୁଠୁ ବଡ ଅର୍ଥବ୍ୟବସ୍ଥା ଓ 2047 ସୁଦ୍ଧା ଦେଶକୁ ବିକଶିତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।
ପିଏମ ମୋଦି ବିରୋଧୀ ମେଣ୍ଟ ବିଶେଷ କରି କଂଗ୍ରେସ ଉପରେ ପରିବାରବାଦ ଓ ଦୁର୍ନୀତିକୁ ନେଇ ହମ୍‌ଲା କରିଛନ୍ତି । ସେ କହିଛନ୍ତି ଯେ, କଂଗ୍ରେସ ବିଜେପି ସହିତ ବୈଚାରିକ ଓ ସୈଦ୍ଧାନିକ ଲଢେଇ ଲଢୁନାହିଁ, ସେମାନେ ମୋଦି ଲଢେଇ ଲଢୁଛନ୍ତି । ମୋଦିଙ୍କୁ ଗାଳି ଦେବା ସେମାନଙ୍କର ଅଭ୍ୟାସ ହୋଇଗଲାଣି । ଏହି ପ୍ରସଙ୍ଗରେ ପାର୍ଟି ଭିତରେ ମତଭେଦ ହେଉଛି ଏବଂ ପାର୍ଟି ଦୁଇ ଭାଗରେ ବାଣ୍ଟି ହୋଇଯାଇଛି ।

Show More

Related Articles

Back to top button