Breaking PLUSଦେଶମୁଖ୍ୟ ଖବର

ପିଏମ ମୋଦିଙ୍କ ଜମ୍ମୁ ଗସ୍ତ ପୂର୍ବରୁ ସୁରକ୍ଷାବଳ ଆଲର୍ଟ

ଜମ୍ମୁ, 18 ଫେବୃଆରୀ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଙ୍ଗଳବାର ଜମ୍ମୁ ଗସ୍ତ ପୂର୍ବରୁ କଶ୍ମୀର ଘାଟିରେ ସୁରକ୍ଷାବଳଙ୍କୁ ଆଲର୍ଟ କରାଯାଇଛି ।
ରବିବାର ଅଧିକାରୀ କହିଛନ୍ତି ଯେ, ପୋଲିସ ଓ ଅର୍ଦ୍ଧସାମରିକ ବଳର ଶ୍ରୀନଗର ସହର ଓ କଶ୍ମୀର ଘାଟିର ଅନ୍ୟ ସ୍ଥାନରେ ଗାଡିଗୁଡିକର ଯାଞ୍ଚ କରିଛନ୍ତି । ଅଧିକାରୀମାନେ କହିଛନ୍ତି ଯେ, ସତର୍କତା ଦୃଷ୍ଟିରୁ ଶ୍ରୀନଗରରେ ବିଭିନ୍ନ ସ୍ଥାନରେ ପ୍ରବେଶ ଓ ପ୍ରସ୍ଥାନ ପଏଣ୍ଟରେ ସ୍ୱତନ୍ତ୍ର ଯାଂଚ ପାଇଁ ନାକାବନ୍ଦୀ କରାଯାଇଛି ଏବଂ ସେଠାରେ ଅତିରିକ୍ତ ସୁରକ୍ଷାବଳ ମୁତୟନ କରାଯାଇଛି ।
ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଜମ୍ମୁ ଅଂଚଳ ଗସ୍ତ କରିବେ କିନ୍ତୁ ଘାଟିରେ ଏହି ହାଇପ୍ରୋଫାଇଲ ଯାତ୍ରା ସମୟରେ କୌଣସି ଆତଙ୍କବାଦୀ ଗତିବିଧି ନଘଟୁ ସେଥିପାଇଁ ସୁରକ୍ଷା ଏଜେନ୍ସିକୁ ଆଲର୍ଟରେ ରଖାଯାଇଛି । ନିଜର ଦ୍ୱିତୀୟ କାର୍ଯ୍ୟକାଳରେ ପିଏମ ମୋଦି ଦ୍ୱିତୀୟ ଥର ପାଇଁ ଜମ୍ମୁକଶ୍ମୀର ଯାତ୍ରା କରୁଛନ୍ତି ।

Show More

Related Articles

Back to top button