Breaking PLUSଦେଶମୁଖ୍ୟ ଖବର

ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ବନବିଭାଗର ଜଗୁଆଳି ବିପି ପାଲଙ୍କ ଘରକୁ ଗଲେ ରାହୁଲ

ନୂଆଦିଲ୍ଲୀ, 18 ଫେବୃଆରୀ- କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ରବିବାର ନିଜ ସଂସଦୀୟ କ୍ଷେତ୍ର ୱାୟନାଡରେ ଜଙ୍ଗଲୀ ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ବନବିଭାଗର ଜଗୁଆଳି ବିପି ପାଲଙ୍କ ଘରେ ପହଞ୍ଚିଥିଲେ ଏବଂ ପରିବାରର ସଦସ୍ୟଙ୍କୁ ଭେଟିଥିଲେ । ତାଙ୍କ ସହ ଦଳର ମହାସଚିବ କେସି ବେଣୁଗୋପାଳ ବି ଉପସ୍ଥିତ ଥିଲେ ।
ସୋସିଆଲ ହ୍ୟାଣ୍ଡେଲ ଏକ୍ସରେ ବେଣୁଗୋପାଳ କହିଛନ୍ତି ଯେ, ୱାୟନାଡାରେ ବନ୍ୟଜନ୍ତୁ ଆକ୍ରମଣ ତାଣ୍ଡବ ରହିଛି । ରାହୁଲ ଗାନ୍ଧି ଅଜିଶ ଓ ବିପି ପାଲଙ୍କ ପରିବାର ନିକଟରେ ପହଞ୍ଚି ଶୋକବ୍ୟକ୍ତ କରିଛନ୍ତି । ଏହି କଠିନ ସମୟରେ ସେମାନଙ୍କ ପାଖରେ ଠିଆ ହୋଇଛନ୍ତି ରାହୁଲ ।

Show More

Related Articles

Back to top button