Breaking PLUSଦେଶମୁଖ୍ୟ ଖବର

ବିଜେପି ସହ କୌଣସି ଆଲୋଚନା ହୋଇନି- କମଲନାଥ

ଭୋପାଳ, 18 ଫେବୃଆରୀ – ବିଜେପିରେ ସାମିଲ ହେବା ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ କଂଗ୍ରେସର ବରିଷ୍ଠ ନେତା କମଲନାଥ ରବିବାର ଦିଲ୍ଲୀରେ କହିଛନ୍ତି ଯେ, ଏବେ ତାଙ୍କର କୌଣସି ଆଲୋଚନା ହୋଇନାହିଁ । ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ଓ ତାଙ୍କ ସାଂସଦ ପୁଅ ନକୁଳନାଥ ଶନିବାର ହଠାତ୍ ଦିଲ୍ଲୀ ଗସ୍ତ କରିବା ପରେ ସେ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା । ତେବେ କମଲନାଥ ରବିବାର ଦ୍ୱିପ୍ରହରରେ ନିଜର ଦିଲ୍ଲୀ ସ୍ଥିତ ବାସଭବନରେ ସାମ୍ବାଦିକଙ୍କ ସହ ଆଲୋଚନା କରିଛନ୍ତି । ବିଜେପିରେ ସାମିଲ ହେବା ପ୍ରଶ୍ନରେ କମଲନାଥ କହିଛନ୍ତି ଯେ, ବିଜେପି ସହ ଏବେ କୌଣସି ଆଲୋଚନା ହୋଇନାହିଁ । ଯେତେବେଳେ କଥା ହେବି କହିବି କହି ପଳାଇଥିଲେ ।

Show More

Related Articles

Back to top button