ବାଣିଜ୍ୟ

ବାଇକରଙ୍କ ଲାଗି ସୁରକ୍ଷା ଫିଚରରେ ଭରପୁର ହେଲମେଟ୍ SA-2 ଲଞ୍ଚ କଲେ ଷ୍ଟିଲବାର୍ଡ, ଜାଣନ୍ତୁ ମୂଲ୍ୟ କେତେ?

ଏସିଆର ବୃହତ୍ତ ହେଲମେଟ୍‌ ନିର୍ମାତା ଷ୍ଟିଲବାର୍ଡ ହାଇ-ଟେକ୍ ଇଣ୍ଡିଆ ବାଇକରଙ୍କ ଲାଗି ସୁରକ୍ଷା ଫିଚରରେ ଭରପୁର ଏକ ନୂଆ ହେଲମେଟ ଏସଏ-୨ ବଜାରକୁ ଛାଡିଛନ୍ତି।

ମୋଟରସାଇକେଲ ଓ ଆସୋସରିଜ ଦୋକାନରେ ଏବେ ଏହି ହେଲମେଟ୍ ଉପଲବ୍ଧ ହେଲାଣି। ଏହି ହେଲମେଟ୍ ଯେତିକି ସୁରକ୍ଷିତ ସେତିକି ଷ୍ଟାଇଲିସ ମଧ୍ୟ। କୌଣସି ପରିସ୍ଥିତିରେ ବାଇକରଙ୍କ ମୁଣ୍ଡରେ ଲାଗିବାକୁ ଥିବା ଆଘାତ ପ୍ରତିହତ କରିବାରେ ଏହା ବିଶେଷ ଉପଯୋଗୀ ହେବ ବୋଲି ଷ୍ଟିଲବାର୍ଡ ଆଶାବ୍ୟକ୍ତ କରିଛନ୍ତି। ବିଆଇଏସଙ୍କ ଦ୍ୱାରା ପ୍ରମାଣିକୃତ ହୋଇଛି ଏସଏ-୨। ଏହା ଛଡା ହେଲମେଟ୍ ଆଇଏସ: ୪୧୫୧:୨୦୧୫ର ମାନକ ମଧ୍ୟ ପୂରଣ କରୁଛି। ଏହି ହେଲମେଣ୍ଟରେ ବାଇକରଙ୍କ ମୁଣ୍ଡକୁ ସୁହାଇବା ଭଳି ଭେଣ୍ଟିଲେସନର ଆବଶ୍ୟକ ବ୍ୟବସ୍ଥା ରହିଛି। ଏହା ଛଡା ହେଲମେଟ ଭିତର ପାର୍ଶ୍ୱରେ ଲଗାଯାଇଥିବା ପ୍ୟାଡିଂ କୁ ବାହାର କରି ଧୋଇ ମଧ୍ୟ ହେବ।

ଏଥିରେ ୟୁରୋପ ଷ୍ଟାଣ୍ଡର୍ଡର ଖୁବଶୀଘ୍ର ମୁକ୍ତ ହୋଇପାରୁଥିବା ମେଟାଲିକ ବକଲ ଲଗାଯାଇଛି। ଯାହା କୌଣସି ପରିସ୍ଥିତିରେ ଚାଳକଙ୍କ ମୁଣ୍ଡରୁ ହେଲମେଟକୁ ସହଜରେ ବାହର କରିହେବ। ହେଲମେଟରେ ଅତ୍ୟାଧୁନିକ ଭାଇସର ବାଇକ ଚାଳନାକୁ ଅଧିକ ସୁରକ୍ଷିତ କରିବା ସହ ଆରାମପ୍ରଦ ମଧ୍ୟ କରିବ। ଥର୍ମୋପ୍ଲାଷ୍ଟିକ ମେଟେରିଆଲରେ ପ୍ରସ୍ତୁତ ଏହି ହେଲମେଟ୍ ଅଧିକ ପ୍ରତିକ୍ରିୟାଶୀଳ। ଭାରତରେ ଏହାର ୩ଟି ସାଇଜରେ ଉପଲବ୍ଧ ହେଉଥିବା ବେଳେ ମଧ୍ୟମ, ଲାର୍ଜ ଏ ଏକ୍ସଟ୍ରା ଲାର୍ଜ ଆକାରରେ ମିଳୁଛି। ଦେଖିବାକୁ ଯେମିତି ଷ୍ଟାଇଲିସ୍ ସୁରକ୍ଷାରେ ମଧ୍ୟ ସେମିତି ଦମଦାର ଏହି ହେଲମେଟର ମୂଲ୍ୟ ଭାରତରେ ୩ହଜାର ୮୪୯ ଟଙ୍କାରେ ଉପଲବ୍ଧ ହେଉଛି।

Show More

Related Articles

Back to top button