Breaking PLUSଅପରାଧଦେଶବ୍ୟକ୍ତିତ୍ୱମୁଖ୍ୟ ଖବର

ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଆରମ୍ଭ

ସିବିଆଇର ୬ଜଣିଆ ଟିମ୍‌ ପ୍ରୟାଗରାଜ ଗସ୍ତ

ଅଖିଳ ଭାରତୀୟ ଆଖଡ଼ା ପରିଷଦର ମୁଖ୍ୟ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ମାମଲାରେ ଆଜି ସିବିଆଇ ଏଫ୍‌ଆଇଆର ଫାଇଲ୍‌ କରିଛି ।ସୋମବାର ଦିନ ବାଘମ୍ବରୀ ମଠରେ ମହନ୍ତ ନରେନ୍ଦ୍ର ଗିରିଙ୍କୁ ମୃତାବସ୍ଥାରେ ଉଦ୍ଧାର କରାଯାଇଥିଲା। ତାଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାର ସୁପାରିଶ କରିଥିବାରୁ ଏଫ୍ଆଇଆର ଫାଇଲ୍‌ କରିଛି ସିବିଆଇ ।

ସିବିଆଇ ଦିଲ୍ଲୀ ମୁଖ୍ୟାଳୟରୁ ଏକ ୬ଜଣିଆ ଟିମ୍‌ ପ୍ରୟାଗରାଜ ଅଭିମୁଖେ ଯାଇଛନ୍ତି  । ସୋମବାର ମଧ୍ୟାହ୍ନ ଭୋଜନ ପରେ ୭୨ ବର୍ଷିୟ ମହନ୍ତ ତାଙ୍କ କକ୍ଷକୁ ପ୍ରବେଶ କରିଥିଲେ । ସନ୍ଧ୍ୟାରେ ଶିଷ୍ୟମାନେ ତାଙ୍କ କବାଟ ବାଡ଼େଇବାରୁ ଭିତରୁ କୌଣସି ଜବାବ ମିଳି ନ ଥିଲା। ତାଙ୍କ ମୋବାଇଲ୍‌ ଫୋନ୍‌କୁ ବାରମ୍ବାର କଲ୍‌ କରିବା ସତ୍ତ୍ବେ ଉତ୍ତର ନ ମିଳିବାରୁ ଶିଷ୍ୟମାନେ କବାଟ ତାଡ଼ି କୋଠରି ମଧ୍ୟକୁ ପ୍ରବେଶ କରିଥିଲେ। ଭିତରେ ନରେନ୍ଦ୍ର ଗିରି କୋଠରି ‘ସିଲିଂ’ରୁ ଫାଶୀ ଦେବା ଅବସ୍ଥାରେ ଝୁଲି ରହିଥିବା ସେମାନେ ଦେଖିଥିଲେ।

କୋଠରି ମଧ୍ୟରୁ ତାଙ୍କ ହସ୍ତଲିଖିତ ଏକ ସୁଇସାଇଡ ନୋଟ ମଧ୍ୟ ମିଳିଥିଲା। ସେଥିରେ ମହନ୍ତ ତାଙ୍କ ଇଚ୍ଛା ଏବଂ ତାଙ୍କୁ ହଇରାଣ କରୁଥିବା କିଛି ବ୍ୟକ୍ତିଙ୍କ ନାଁ ଲେଖିଥିଲେ ବୋଲି କୁହାଯାଉଛି । ମୁଁ ପ୍ରତ୍ୟେକ ଦିନ ଅସମ୍ମାନିତ ହୋଇ କେତେ ଦିନ ବଞ୍ଚିପାରିବି ବୋଲି ସୁଇସାଇଡ ନୋଟରେ ଲେଖାଥିବାର କୁହାଯାଉଛି ।  ୮ପୃଷ୍ଠା ସମ୍ବଳିତ ସେହି ନୋଟରେ ମହନ୍ତ ଏପରି  ଲେଖିଥିବା  ପୁଲିସ କହିଥିଲା।

ମହନ୍ତ ନରେନ୍ଦ୍ର ଗିରିଙ୍କ ଆତ୍ମହତ୍ୟାର କାରଣ ବୋଲି ଚର୍ଚ୍ଚା ହେଉଥିବା ସନ୍ଦୀପ ତିୱାରିଙ୍କ ସମେତ ଆନନ୍ଦ ଗିରି ଓ ଆଧ୍ୟା ପ୍ରସାଦ ନାମକ ଦୁଇ ଶିଷ୍ୟଙ୍କୁ ଉତ୍ତର ପ୍ରଦେଶ ପୁଲିସ ଗିରଫ କରିଥିଲା।

Show More

Related Articles

Back to top button