Breaking PLUSଓଡ଼ିଶାମୁଖ୍ୟ ଖବର

ନଦୀ ଭିତରେ ଦନ୍ତା

ଉଦ୍ଧାର କାର୍ଯ୍ୟ ଜାରି

ନଦୀ ଭିତରେ ଦନ୍ତା ହାତୀ ।  ମୁଣ୍ଡଳୀ ବ୍ୟାରେଜରେ ଫସି ଯାଇଛନ୍ତି ୧୮ ଟିକିଆ ହାତୀ ପଲ । ନଦୀ ପାର ହେଉଥିବା ବେଳେ ମହାନଦୀର ବନ୍ୟାଜଳରେ ଭାସି ଆସିଥିଲେ ହାତୀ । ହାତୀ ପଲରୁ ଏକ ଦନ୍ତା ହାତୀଟି ଡ୍ୟାମ୍‌ ନିକଟରେ ଫସି ଯାଇଛି । ୨ଟି ହାତୀ ଭାସିଭାସି ଅନନ୍ତପୁରଠାରେ ଲାଗିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଫସି ରହିଥିବା ହାତୀଟିକୁ ଏଯାଏ ବନ୍ୟାଜଳର ପ୍ରବଳ ସ୍ରୋତରୁ ଉଦ୍ଧାର କରାଯାଇ ପାରିନାହିଁ ।

ପୁଲିସ, ବନ ବିଭାଗ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ହାତୀକୁ ଉଦ୍ଧାର କରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ଏହା ସମ୍ଭବ ହୋଇପାରୁନି । ଘଟଣାସ୍ଥଳରେ ପିସିସିଏଫ୍‌ ପହଞ୍ଚି ଉଦ୍ଧାର କାର୍ୟ୍ୟକୁ ଜୋରଦାର କରିଥିବା ଜଣାପଡିଛି । ଚନ୍ଦକା ଡିଏଫ୍‌ଓଙ୍କ ସହିତ ୧୦ ଜଣିଆ ବିଶେଷଜ୍ଞ ଦଳ ମୁଣ୍ଡଳୀରେ ପହଞ୍ଚି ଉଦ୍ଧାର କାର୍ଯ୍ୟର ନେତୃତ୍ବ ନେଇଛନ୍ତି। ହାତୀକୁ ଉଦ୍ଧାର କରିବାକୁ ଓଡ୍ରାଫ୍‌ ଟିମ୍‌ର ସହାୟତା ନିଆଯାଇଛି।

ହାତୀ ଫସିଥିବା ଖବରପାଇ ମୁଣ୍ଡଳୀ ବ୍ରିଜ୍‌ରେ ଶହ ଶହ ଲୋକଙ୍କ ଭିଡ଼ ଜମିଛି । ସେପଟେ ହାତୀଟି ନିଜ ଉଦ୍ୟମରେ ଜୀବନ ବଞ୍ଚାବାକୁ ଚେଷ୍ଟା ଜାରି ରଖିଛି ।  ଉଦ୍ଧାର ପାଇଁ ବିଶେଷଜ୍ଞ ଟିମ୍‌ ଓ ଅତ୍ୟାଧୁନିକ ସାମଗ୍ରୀ ମଗାଯାଇଛି । ହାତୀ ଉପରୁ ବିପଦ ଟଳି ନଥିବା ବେଳେ ବ୍ରିଜ ଉପରେ ଶହ ଶହ ଲୋକଙ୍କ ସମାଗମ ଉଦ୍ଧାର କାର୍ଯ୍ୟରେ ବ୍ୟାହାତ ଘଟାଉଛି ।

Show More

Related Articles

Back to top button